କନ୍ଦରପୁର ସମବାୟ ସମିତି ମାର୍କେଟ କମ୍ପ୍ଲେକ୍ସ ଆଂଶିକ ଭଙ୍ଗା ଗଲା

କଟକ ସଦର, ୦୮/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ଅଗ୍ରଣୀ କନ୍ଦରପୁର କୃଷକ ସେଵା ସମବାୟ ସମିତି ପକ୍ଷରୁ ନିର୍ମାଣ କରାଯାଇଥିବା ମାର୍କେଟ କମ୍ପ୍ଲେକ୍ସ କୁ ଇତିମଧ୍ୟରେ କଟକ ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତି କରଣ ପାଇଁ ଆଂଶିକ ଭଙ୍ଗାଯାଇଛି। ଏହାକୁ ସମିତି ପକ୍ଷରୁ ଭଙ୍ଗା ଯାଇଥିବା ଘରର ସଟର ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକୁ ରେଜୁଲେସନ କରାଯାଇ ୯୬ ହଜାର ଟଙ୍କା ରେ ବିକ୍ରି କରାଯାଇ ଆଂଶିକ ଭଙ୍ଗା ବାବଦରେ ୭୬ ହଜାର ଖର୍ଚ୍ଚ କରାଯାଇଥିବା ସମିତି ର ସଭାପତି ରାଜୀବ କୁମାର ବେଉରା ଓ ସଂପାଦକ ଧିରେନ କୁମାର ଦାସ କହିଛନ୍ତି।

ଏଥିରେ ୫ ଲକ୍ଷ ଟଙ୍କାରୁ ଅଧିକ ସାମଗ୍ରୀ ବିକ୍ରୀ ହେବାକୁ ଥିବା ବେଳେ ତାହାକୁ ସାଧାରଣରେ ନିଲାମ କରାଯିବାର ବିଧି ବ୍ୟବସ୍ଥା ରହିଛି ବୋଲି କହିଛନ୍ତି। ସେହିପରି ସମିତି ଦ୍ଵାରା ପରିଚାଳିତ ମିନି ବ୍ୟାଙ୍କ ରୁ ହଡ଼ପ ହୋଇଥିବା ୮୬ ଲକ୍ଷ ଟଙ୍କା କୁ ବ୍ୟାଙ୍କର ଲାଭାଂଶ ରୁ ଭରଣା କରାଯାଇ ଜମାକାରୀ ମାନଙ୍କୁ ଫେରସ୍ତ ଦିଆଯାଇଛି।ଏବେ ଏସବୁ ର ଅଭିଯୋଗ ମୁଣ୍ଡ ଟେକିଥିଵା ବେଳେ ଏହାର ପୁନଃ ତର୍ଜମା କରାଯିବ ବୋଲି ଉପ ନିବନ୍ଧକ ସମବାୟ ସମିତି ସମୁହ କଟକ ମଣ୍ଡଳ, କଟକ ସୁପ୍ରିୟା ସ୍ୱାଇଁ କହିଛନ୍ତି।

Leave a Reply

Your email address will not be published. Required fields are marked *