ଭୁବନ ୨୧/୦୭/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି)ଗ୍ରାମ ପଞ୍ଚାୟତ କଂସରଗୋଡ଼ା ଗ୍ରାମର ଶତାୟୁ ବ୍ୟକ୍ତି ଗଦାଧର ଦାସ (୧୦୧) ଙ୍କ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ କଟକ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।
ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପାଞ୍ଚ ପୁଅ,ବୋହୂ,ନାତି ନାତୁଣୀ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାର ରେ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ୱର୍ଗତ ଗଦାଧର ବାବୁ ପୁରାଣ ,ରାମାୟଣ ଓ ବେଦ ଶାସ୍ତ୍ରରେ ନିପୁଣ ଥିଲେ । ସେ ଜଣେ ବିଶିଷ୍ଟ ସମାଜସେବୀ,ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
