ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୨ ଗିରଫ

କଟକ,୨୧/୦୭/୨୦୨୬ (ଓଡ଼ିଶା ସମାଚାର)-ଆଜି, ଶ୍ରୀମତୀ ଅନିତା ଜେନା, ରାଜସ୍ବ ନିରୀକ୍ଷକ, କାଲୋସିହିରିଆ, କୁଆରମୁଣ୍ଡା ତହସିଲ,ସୁନ୍ଦରଗଡ଼,ଜଣେ ଆବେଦନକାରୀଙ୍କ ପୈତୃକ ଜମିର ସୀମା ନିର୍ଦ୍ଧାରଣ (ଡିମାର୍କେସନ୍) ରିପୋର୍ଟ ପ୍ରଦାନ କରିବା ପାଇଁ ୪,୦୦୦ ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।

  ସେହିପରି ଆଜି, ପ୍ରଫୁଲ୍ଲ କୁମାର ନାଥ, ପିଇଓ, କଚରାସାହି ଗ୍ରାମ ପଞ୍ଚାୟତ, କୋରେଇ ବ୍ଲକ, ଯାଜପୁର, ଜଣେ ହିତାଧିକାରୀଙ୍କ ଠାରୁ ଅନ୍ତ୍ୟୋଦୟ ଗୃହ ଯୋଜନା (AGY) ଅଧୀନରେ ଅନ୍ତିମ କିସ୍ତି ଓ ବୋନସ ରାଶି ପ୍ରଦାନ କରିବା ନିମନ୍ତେ ୫,୦୦୦ ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।

Leave a Reply

Your email address will not be published. Required fields are marked *