କୁଳିଆ ବଜାର ରେ ଭୟଙ୍କର ଦୁର୍ଘଟଣା — ଜଣେ ମୃତ , ଦୁଇ ଗୁରୁତର ଆହତ

ସାଲେପୁର,୦୩/୧୦/୨୦୨୬(ଓଡିଶା ସମାଚାର / ଅଭୟ ଜେନା )-ସାଲେପୁର ଥାନା ଅନ୍ତର୍ଗତ କଟକ- ଚାନ୍ଦବାଲି ରାସ୍ତାର  କୁଳିଆ ବଜାର ରେ  ଏକ ଟାଟାଏସି ଗାଡି ଏକ ବାଇକକୁ ଧକ୍କା ଦେଇ  ଦୋକାନ ଭିତରକୁ ପଶିଯାଇଥିବା ଦେଖିବାକୁ ମିଳିଛି।  ଟାଟାଏସସି ଧକ୍କାରେ ବାଇକରେ ଯାଉଥିବା  ବାପ ପୁଅଙ୍କ ମଧ୍ୟରୁ ଘଟଣା ସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ  ପୁଅ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ହେଲେ କେନ୍ଦ୍ରାପଡା କାକଟଛକ ଅଞ୍ଚଳର ପଦ୍ମଚରଣ ବେହେରା ଓ ଗୁରୁତର ଆହତ ହେଉଛନ୍ତି  ପଦ୍ମ ଚରଣଙ୍କ ପୁତ୍ର ଚନ୍ଦନ କୁମାର ବେହେରା। ଟାଟା ଏସି ଡ୍ରାଇଭର ରମେଶ ନାୟକ ଗାଡି ଭିତରେ ଚାପି ହୋଇ ରହି ଯାଇଥିଲେ।

  ସ୍ଥାନୀୟ ଲୋକେ ଓ ପୋଲିସ ଟାଟା ଏସସି ଗାଡିକୁ କାଟି ଡ୍ରାଇଭର ରମେଶଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ରମେଶ ନାୟକଙ୍କ ଘର ପୁରୀ ଚନ୍ଦନପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ପୋଲିସ ଗୁରୁତର ଦୁଇଜଣକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସାଲେପୁର ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ  ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ପାଇଁ  କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। ବାଇକ ଓ ଟାଟାଏସସି ଗାଡିକୁ ସାଲେପୁର ଆଦର୍ଶଥାନା ପୋଲିସ ଜବତ କରି ତଦନ୍ତ କରୁଥିବା ନେଇ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *