ଚିତ୍ରୋତ୍ପଳା ନଦୀରେ ବୁଡି ଯାଇ ଛାତ୍ରର ମୃତ୍ୟୁ

ସାଲେପୁର,୦୨/୦୫/୨୦୨୪(ଓଡିଶା ସମାଚାର /ଅଭୟ ଜେନା ) -ସାଲେପୁର ବ୍ଲକ ଅନ୍ତର୍ଗତ ତରିତୋ ପଞ୍ଚାୟତ ମୁର୍କୁଣ୍ଡି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା  । ଗାଧୋଇବାବେଳେ  ଚିତ୍ରୋତ୍ପଳା ନଦୀରେ ବୁଡ଼ିଯାଇ ଜଣେ ଯୁକ୍ତ ଶ୍ରେଣୀର ଛାତ୍ର ପ୍ରାଣହରାଇଛନ୍ତି । ପ୍ରକାଶ ଯେ, ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ମୁର୍କୁଣ୍ଡି ଗ୍ରାମର ଅମୁଲ୍ୟ ବେହେରା ଙ୍କ ପୁଅ ପ୍ରୀତି ରଞ୍ଜନ ବେହେରା ଚିତ୍ରୋତ୍ପଳା ନଦୀରେ ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ ।  ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ତୁରନ୍ତ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ  ।  ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ  ।  ଖବର ପାଇ କିଶନ ନଗର ଥାନା ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି । ଏଥି ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି  ।

Leave a Reply

Your email address will not be published. Required fields are marked *