ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ହେରା ପଞ୍ଚମୀ ମହାସମାରୋହରେ ପାଳିତ

ଜଗତସିଂହପୁର , ୨୦/୦୭/୨୦୨୬ (ଓଡ଼ିଶା ସମାଚାର)-  ଜଗତସିଂହପୁର ଜ଼ିଲ୍ଲା ରେ ପ୍ରସିଦ୍ଧି ଲାଭ କରିଥିବା ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ଆଜି ହେରା ପଞ୍ଚମୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ମା ଲକ୍ଷ୍ମୀ ଶ୍ରୀ ମନ୍ଦିର ରୁ  ସୁସଜିତ ପାଲିଙ୍କି ରେ ଏକ ଶୋଭାଯାତ୍ରା ରେ ପାଟ ପଟୁଆର ସହ ବଡ ଦାଣ୍ଡ ରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଇଥିଲେ । ସେଠାରେ ମହାପ୍ରଭୁ ଙ୍କ ଉପରେ କ୍ରୋଧାନ୍ୱିତ ହୋଇ ରଥ ଭାଙ୍ଗି ଶ୍ରୀ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥଲେ । ଏହି ମାନବୀୟ ଲୀଳା ଦର୍ଶନ କରିବା ପାଇଁ ବର୍ଷା ର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମଧ୍ୟ ଭକ୍ତ ମାନଙ୍କ ଭିଡ଼ ଜମିଥିଲା। ଏହି ସମାରୋହ ରେ ଠାକୁର ରାଜା ଜ଼ିଲ୍ଲାପାଳ ଶ୍ରୀ ଜେ ସୋନାଲ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଉପ ଜିଲ୍ଲାପାଳ ତଥା ଟ୍ରଷ୍ଟି ଶ୍ରୀ ପ୍ରଶାନ୍ତ କୁମାର ତରାଇ ଉପସ୍ଥିତ ଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *