ଝିଙ୍ଗିଆ ଓରାମଙ୍କ ବିୟୋଗରେ ମତ୍ସ୍ୟ, ପ୍ରାଣୀସଂପଦ ବିକାଶ, ଏମ ଏସ ଏମ ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର, ୧୮/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଶୋକ ବାର୍ତାରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀମତୀ ଝିଙ୍ଗିଆ ଓରାମ  ସରଳ, ମିଷ୍ଟଭାଷୀ ଓ ମେଳାପୀ ଥିଲେ । ମନ୍ତ୍ରୀ ଶ୍ରୀ ଓରାମଙ୍କ ସବୁ କାର୍ଯ୍ୟରେ ତାଙ୍କର ଆନ୍ତରିକ ସହଯୋଗ ରହିଥିଲା | ତାଙ୍କର ଅନ୍ୟକୁ ପ୍ରଭାବିତ କରିବାର ଦକ୍ଷତା ରହିଥିଲା ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ଶ୍ରୀମତୀ ଓରାମଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ତଥା ଆତ୍ମୀୟ ସ୍ୱଜନଙ୍କ ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରିଛନ୍ତି  ।

Leave a Reply

Your email address will not be published. Required fields are marked *