କଟକ ସଦର,୦୫/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହାନଦୀର ସିର୍ଲୋ ବ୍ରାହ୍ମଣଖଣ୍ଡ ର ପାଣ୍ଡବ ଘାଟ ଠାରେ ଆଜି ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ବୋଇତ ବନ୍ଦାଣ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ମହୋତ୍ସବ କମିଟିର ସଭାପତି ବୈଷ୍ଣବ ଚରଣ ଗାୟାଙ୍କ ପୈ।ରୋହିତ୍ୟରେ ବୋଇତ ଉପରେ ଆୟୋଜିତ ସଭାରେ କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ, ଶିକ୍ଷାବିତ, ପ୍ରଫେସର ମନୋଜ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କଳିଙ୍ଗ ର ନୈ। ବାଣିଜ୍ୟ କୁ ମନେ ରଖିବା ପାଇଁ ଓଡ଼ିଶାର ବୋଇତ ବନ୍ଦାଣ ଉତ୍ସବ ଓଡ଼ିଆ ଅସ୍ମିତା ର ପରିଚୟ ସୃଷ୍ଟି କରୁଛି ବୋଲି କହିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ସିନେ ଅଭିନେତ୍ରୀ ଭୂମିକା ଦାସ , ଅଭିନେତା ଦୀପକ ପରିଡ଼ା, ସଂଗଠନ ର ମୁଖ୍ୟ ଉପଦେଷ୍ଟା ଵିଜୟ କୁମାର ନାୟକ, ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ ଅଭିମନ୍ୟୁ ସାହୁ, ଅରୁଣ ବୋଷ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବୋଇତ ଉପରେ ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଓ ପ୍ରସାଦ ସେବନ ପାଇଁ ଜନସମାଗମ ହୋଇଥିବା ଜଣାପଡିଛି ।
