ଓସିଏସ୍ ପ୍ରିଲିମିନାରି : ୫୬୯୦ ଜଣ କୃତକାର୍ଯ୍ୟ

ଭୁବନେଶ୍ୱର,୧୦/୦୭/୨୦୨୬(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ପକ୍ଷରୁ ଅନୁଷ୍ଠିତ ଓସିଏସ୍ (ଓଡ଼ିଶା ସିଭିଲ୍ ସର୍ଭିସ୍)ର ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷା (ପ୍ରିଲିମିନାରି)ର ଫଳ ପ୍ରକାଶିତ ହୋଇଛି । ଶୁକ୍ରବାର ଏନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା । ୧୯୦୫ ଜଣ ମହିଳାଙ୍କ ସମେତ ୫୬୯୦ ଜଣ ଏହି ପ୍ରାଥମିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *