ସାଲେପୁର, ୧୧/୦୭/୨୦୨୬ (ଓଡ଼ିଶା ସମାଚାର)-ଭାରସାମ୍ୟ ହରାଇ ବିଲକୁ ଓଲଟିଲା ଯାତ୍ରୀ ବାହି ବସ୍। ବସରେ ଥିବା ବହୁ ଯାତ୍ରୀ ଆହତ ହୋଇଛନ୍ତି । କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ନାନ୍ଦୋଳଗଡା ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିଲା ଏକ ଘରୋଇ ଯାତ୍ରୀ ବାହି ବସ । ବସରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ। ସାଲେପୁର ଥାନା ନାନ୍ଦୋଳଗଡା ଛକ ନିକଟରେ ଭାରସାମ୍ୟ ହରାଇ ବସଟି ବିଲକୁ ଓଲଟି ପଡିଥିଲା। ଫଳରେ ବସ୍ ରେ ଥିବା ବହୁ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ତଦନ୍ତ କରୁଛି।
ବିଲକୁ ଓଲଟିଲା ବସ୍ – ବହୁ ଯାତ୍ରୀ ଆହତ
