ଦିଲଦାର ଢ଼ାବା ଉପରେ ବୋମା ମାଡ଼, ଜଣେ କର୍ମଚାରୀ ଆହତ

ଗଞ୍ଜାମ,୧୫/୦୧/୨୦୨୪ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା ରେ ବୋମାଡ଼ ସୂଚନା । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦରେ ଆଜି ଏକ ଢ଼ାବା ଉପରେ ବୋମା ମାଡ଼ ହୋଇଛି । ଜଗନ୍ନାଥପ୍ରସାଦ ଥାନା ଅଂଚଳରେ ଥିବା ହୋଟେଲ (ଦିଲଦାର ଢ଼ାବା ) ଉପରକୁ ଏହି ବୋମାମାଡ଼ ହୋଇଛି। ବୋମା ମାଡ଼ରେ ଜଣେ ହୋଟେଲ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀ ଙ୍କ ନାମ ବାଦଲ ପାଣିଗ୍ରାହୀ। ସ୍ଥାନୀୟ ଲୋକେ ଆହତ ବାଦଲଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଦୁଇଜଣ ଯୁବକ ଏକ ବାଇକ ରେ ଆସି ହୋଟେଲ ଉପରକୁ ଦୁଇଟି ବୋମାମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ବୋମା ମାଡ଼ର କାରଣ ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *