ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ପତି ପତ୍ନୀଙ୍କ ଶୋଚନୀୟ ମୃତ୍ୟୁ 

ନିଶ୍ଚିନ୍ତକୋଇଲି,୨୯/୧୧/୨୦୨୬(ଓଡିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି | ଆଜି ଅପରାହ୍ନ ରେ  ଦୃତ ଗତିରେ ଆସୁଥିବା ଏକ ଟ୍ରକ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାରରେ ଗୋଟିଏ ଅଟୋକୁ ପିଟିବା ପରେ, ସେଠାରୁ ବେପରୁଆ ଭାବେ ଆଗକୁ ଚାଲିଯାଇଥିଲା ।ଏହି ଟ୍ରକଟି କଟରପଡା ବଜାରରେ ନିକଟରେ ବାଇକରେ ଆସୁଥିବା ସ୍ୱାମୀ -ସ୍ତ୍ରୀଙ୍କ ଉପରେ ଚଢ଼ାଇ ଦେଇ ରାସ୍ତା କଡ଼କୁ ଭାରସାମ୍ୟ ହରାଇ ଓଲଟି ପଡିବାରୁ, ମୃତ୍ୟୁ ସଂଖ୍ୟା ସେଇ ଦୁଇ ରେ ସୀମିତ ରହିଯାଇଥିଲା । ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସ୍ୱାମୀ -ସ୍ତ୍ରୀ ହେଲେ ଗୋଲକ ଚରଣ ମଲ୍ଲିକ ଓ ଲିଜା ମଲ୍ଲିକ। ସେମାନଙ୍କ ଘର କେନ୍ଦ୍ରାପଡା  ଡାବଲ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତ ପରେ ସୂଚନା ମିଳିଛି ।

 ଉଭୟ ସ୍ୱାମି ଓ ସ୍ତ୍ରୀ ନିଶ୍ଚିନ୍ତକୋଇଲି ବଜାରରୁ ମେଡ଼ିସିନ ନେଇ ଫେରୁଥିବା ବେଳେ ମୃତ୍ୟୁ ତାଙ୍କ ବାଟ ଓଗାଳିଥିଲା । ତେବେ ତାଙ୍କ ପଛରେ ଆଉଗୋଟିଏ ବାଇକ ରେ ଆସୁଥିବା ମୃତ ମହିଳାଙ୍କ ଭାଇ ଓ ନାବାଳକ ପୁତୁରା ସେଥିରୁ ଅଳ୍ପକେ ବର୍ତିଯାଇଛନ୍ତି ବୋଲି ନିଜେ ମୃତକଙ୍କ ଭାଇ କହିଛନ୍ତି। ନିଶ୍ଚିନ୍ତକୋଇଲି ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଛି ଓ ଏହି ଦୁର୍ଘଟଣା ଉପରେ ଅଧିକ ତଦନ୍ତ ଚଳାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *