ଅଗ୍ନିକାଣ୍ଡ ରେ ଜଳିଗଲା ୪ ବଖରା। ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳି ପୋଡି ପାଉଁଶ .

ନିରାକାରପୁର, ୨୯/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ ଗୋଡିପଡାରେ ଆଜି ଅଗ୍ନିକାଣ୍ଡ ଘଟି ୪ ବଖରା ଘର ସଂପୂର୍ଣ୍ଣ ପୋଡିଯାଇଛି। ରୋଷେଇ କରୁଥିବାବେଳେ ଚାଳରେ ଲାଗିଲା ନିଆଁ ଲାଗି ଗ୍ରାମର ସଂଜୀବ ପାହାଡସିଂହ ଏବଂ ଶ୍ରୀଧର ପାହାଡାସିଂହ ଙ୍କର ଚାରି ବଖରା ଜଳି ଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସଂପତି ଜଳିପୋଡ଼ି ପାଉଁଶ ହୋଇଯାଇଛି  । ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଏବଂ ଗୋଡିପଡା ଗ୍ରାମବାସୀ ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନୀବିପନ୍ନ ଙ୍କୁ ତୁରନ୍ତ ସରକାରୀ ସହାୟତା ଦେବାକୁ ସ୍ଥାନୀଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *