କଟକ ସଦର,୨୬/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତହସିଲ ଅନ୍ତର୍ଗତ କନ୍ଦରପୁର ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା ଅଭ୍ୟାସଗତ ଲାଞ୍ଚୁଆ ଅତିରିକ୍ତ ଆର୍ ଆଇ ଅଵସର ଗ୍ରହଣର ଚାରି ଦିନ ପୂର୍ବରୁ ଅର୍ଥାତ୍ ଆଜି ଗୁରୁବାର ପୂର୍ବାହ୍ନରେ ଲାଞ୍ଚ ନେଉଥିବା ବେଳେ କନ୍ଦରପୁର ବଜାରରୁ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣାପଡିଛି।

ପ୍ରକାଶ ଯେ କଟକ ତିନିଘରିଆ ଅଞ୍ଚଳର ଜନୈକ ଦେବାଶିଷ ଵାରିକ ସିଦ୍ଧେଶ୍ୱରପୁର ମୈ।ଜାରେ କିଣିଥିବା ଏକ ଜମିକୁ ଘରବାଡ଼ି କିସମ କରିବାକୁ ଏ ଆର୍ ଆଇ ବିଚିତ୍ରାନନ୍ଦ ଶତପଥୀ କନ୍ଦରପୁର ଵଜାରରେ ଥିବା ତାଙ୍କର ରଙ୍ଗ ଦୋକାନ ନିକଟରୁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଛକି ରହିଥିବା ଭିଜିଲାନ୍ସ ଜାଲରେ ପଡ଼ିବା ସହିତ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି।୪୨ ମୈ।ଜା ଵେଣ୍ଟକାର କଣ୍ଟୁଣିଆ ଜେନା ସାହିରେ ଲାଞ୍ଚୁଆ ବିଚିତ୍ରାନନ୍ଦ ଶତପଥୀ ଙ୍କ ଘର ହୋଇଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି ନେଇଯାଇଥିବା ଜଣାପଡିଛି। ଏଥିରେ ସମ୍ପୃକ୍ତ ଥିବା ଆର୍ ଆଇ ମନୋଜ ବେହେରା ଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍ ଉଠାଇ ନେଇଥିବା ଜଣାଯାଇଛି ।