ଭୁବନେଶ୍ୱର,୧୧/୦୭/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଚାକିରି ରୁ ଇସ୍ତଫା ଦେଇଥିଲେ । ତାଙ୍କ ପରେ ଏବେ ପ୍ରୋବେସନର ସି.ଏ. ରାମଦାସ ଛାଡିଛନ୍ତି ଚାକିରି । ଏହି ଘଟଣା ଏବେ ପ୍ରଶାସନିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୫ ବ୍ୟାଚ୍ର ୩୩ ବର୍ଷୀୟ ଆଇପିଏସ ପ୍ରୋବେସନର ସି.ଏ. ରାମଦାସ ସରକାରଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ବର୍ତମାନ ହାଇଦ୍ରାବାଦ ସ୍ଥିତ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀରେ ସେ ତାଲିମ ନେଉଛନ୍ତି । ସେ ମହାରାଷ୍ଟ୍ରର ବାସିନ୍ଦା । ଗତବର୍ଷ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତୀର୍ଣ୍ଣ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା ।
