ଭୁବନେଶ୍ୱର,୧୦/୦୭/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧୀନସ୍ଥକେନ୍ଦ୍ରୀୟ ମଧୁର ଜଳ ଜଳଚାଷ ପ୍ରତିଷ୍ଠାନ (ଆଇସିଏଆର୍-ସିଫା), ଭୁବନେଶ୍ୱରପକ୍ଷରୁ ଆଜି କୌଶଲ୍ୟାଗଙ୍ଗ ପରିସରରେଜାତୀୟ ମତ୍ସ୍ୟ ଚାଷୀ ଦିବସ-୨୦୨୬ପାଳନ କରାଯାଇଛି। ୧୯୫୭ ମସିହା ଜୁଲାଇ ୧୦ ତାରିଖରେ ଡଃ କେ. ଏଚ୍. ଆଲିକୁନ୍ହି ଓ ଡଃ ଏଚ୍. ଏଲ୍. ଚୌଧୁରୀଙ୍କ ଦ୍ୱାରା ଭାରତୀୟ ପ୍ରମୁଖ କାର୍ପ ମାଛର ସଫଳ କୃତ୍ରିମ ପ୍ରଜନନର ଐତିହାସିକ ସଫଳତାକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ।
ଏହି ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବଶ୍ରୀ ସୁଭ୍ରାଂଶୁ ମିଶ୍ର (ଓଏଏସ୍)ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକ ପ୍ରଣାଳୀରେମତ୍ସ୍ୟଚାଷ, ଉନ୍ନତ ମାଛ ବିହନ ଉତ୍ପାଦନ ଏବଂ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ଦ୍ୱାରା ମତ୍ସ୍ୟ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ସେ ମତ୍ସ୍ୟଚାଷୀ ଓ ଉଦ୍ୟୋଗୀମାନଙ୍କୁ ଆଧୁନିକ ପ୍ରଯୁକ୍ତି ଗ୍ରହଣ କରି ମୂଲ୍ୟ ସଂଯୋଜିତ ଉଦ୍ୟୋଗରେ ସାମିଲ ହେବାକୁ ଆହ୍ୱାନ କରିଥିଲେ। ସେମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାଅଧୀନରେ ମୁକ୍ତା ଚାଷ, କେଜ୍ କଲଚର, ରିସର୍କୁଲେଟରୀ ଆକ୍ୱାକଲଚର ସିଷ୍ଟମ (RAS), ରଙ୍ଗୀନମତ୍ସ୍ୟଚାଷ ଓ ଆକ୍ୱାଶପ୍ ସ୍ଥାପନ ଭଳି ଉଦ୍ୟମ ପାଇଁ ମିଳୁଥିବା ସହାୟତା ସମ୍ପର୍କରେ ସୂଚନା ଦେବା ସହିତ ମହିଳା ଉଦ୍ୟୋଗୀମାନଙ୍କୁ ପୁଞ୍ଜି ବିନିଯୋଗର ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମିଳୁଥିବା କଥା ଉଲ୍ଲେଖ କରିଥିଲେ। ଗବେଷଣା ପ୍ରତିଷ୍ଠାନ, ସରକାରୀ ସଂସ୍ଥା, ଉଦ୍ୟୋଗୀ ଓ ଚାଷୀଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧିର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଆଇସିଏଆର୍ର ପୂର୍ବତନ ସହକାରୀ ମହାନିର୍ଦ୍ଦେଶକ (ଅନ୍ତର୍ଦେଶୀୟ ମତ୍ସ୍ୟ)ଡଃ ବିମଳ ପ୍ରସନ୍ନ ମହାନ୍ତିକୃତ୍ରିମ ପ୍ରଜନନ ପ୍ରଯୁକ୍ତି ଭାରତର ନୀଳ ବିପ୍ଳବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କଥା କହିବା ସହ ଜଳବାୟୁ-ସହନଶୀଳ ମତ୍ସ୍ୟଚାଷ, ଟ୍ରେସେବିଲିଟି ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଯୁବକ ଓ ମହିଳାଙ୍କ ଅଧିକ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ। ସେ”ଗୋଟିଏ ଜିଲ୍ଲା–ଗୋଟିଏ ମାଛ ପ୍ରଜାତି”କୁ ପ୍ରୋତ୍ସାହିତ କରିବାକୁ ମତ ରଖିଥିଲେ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ଗବେଷଣା ଅଧିଷ୍ଠାତାଡଃ ନିରଞ୍ଜନ ପଣ୍ଡାଓଡ଼ିଶାର ମତ୍ସ୍ୟ କ୍ଷେତ୍ରର ବ୍ୟାପକ ସମ୍ଭାବନା, ରାଜ୍ୟର ମାଛ ଉତ୍ପାଦନରେ ନିରନ୍ତର ବୃଦ୍ଧି ଏବଂ ରପ୍ତାନି କ୍ଷେତ୍ରରେ ଏହାର ଅବଦାନ ବିଷୟରେ ଆଲୋକପାତ କରିଥିଲେ।ସେ କହିଥିଲେ ଯେ, ଭାରତର ମୋଟ ମାଛ ଉତ୍ପାଦନରେ ଓଡ଼ିଶାର ଅବଦାନ ପ୍ରାୟ ୫–୬ ପ୍ରତିଶତ ଏବଂ ଗତ ଦଶନ୍ଧି ଧରି ରାଜ୍ୟର ମତ୍ସ୍ୟ କ୍ଷେତ୍ରରେ ନିରନ୍ତର ବାର୍ଷିକ ଅଭିବୃଦ୍ଧି ଘଟିଛି। ସେ ରାଜ୍ୟରୁ ମାଛ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ହୋଇଥିବା ଉଲ୍ଲେଖନୀୟ ବୃଦ୍ଧିର ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଓଡ଼ିଶାର ଅର୍ଥନୀତିରେ ମତ୍ସ୍ୟ କ୍ଷେତ୍ରର ବୃଦ୍ଧିଶୀଳ ଭୂମିକାକୁ ପ୍ରତିଫଳିତ କରୁଛି।
ପ୍ରାରମ୍ଭରେ ଆଇସିଏଆର୍-ସିଫାର ନିର୍ଦ୍ଦେଶକଡଃ ପ୍ରମୋଦ କୁମାର ସାହୁଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇ ପ୍ରତିଷ୍ଠାନର ମାଛ ପ୍ରଜନନ, ଉନ୍ନତ ବିହନ ଉତ୍ପାଦନ, ପ୍ରଜାତି ବିବିଧୀକରଣ ଏବଂ ପ୍ରଯୁକ୍ତି ପ୍ରସାର କ୍ଷେତ୍ରରେ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ।ବିହନ ଗୁଣକ ୟୁନିଟ୍, ଇନ୍କ୍ୟୁବେଟି, ଉଦ୍ୟୋଗୀ ଓ ମତ୍ସ୍ୟଚାଷୀଙ୍କ ସହ ଭାଗୀଦାରୀ ମାଧ୍ୟମରେ ପ୍ରଯୁକ୍ତି ପ୍ରସାର କ୍ଷେତ୍ରରେ ପ୍ରତିଷ୍ଠାନର ଅବଦାନ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟ ଓ ଶ୍ରୀଲଙ୍କାରୁ ଆସିଥିବା ପ୍ରାୟ୧୫୦ ଜଣ ମତ୍ସ୍ୟଚାଷୀ, ଉଦ୍ୟୋଗୀ, ବୈଜ୍ଞାନିକ, ଅଧିକାରୀ, ପ୍ରଶିକ୍ଷାର୍ଥୀ ଓ ଗଣମାଧ୍ୟମ ପ୍ରତିନିଧିଅଂଶଗ୍ରହଣ କରିଥିଲେ। ଉନ୍ନତ ମତ୍ସ୍ୟଚାଷ ଓ ମତ୍ସ୍ୟ ଉଦ୍ୟୋଗ ବିକାଶରେ ବିଶେଷ ଅବଦାନ ପାଇଁ ପ୍ରଗତିଶୀଳ ମତ୍ସ୍ୟଚାଷୀ ଓ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସଫଳ ମତ୍ସ୍ୟଚାଷୀଙ୍କ ସଫଳତା ଉପରେ ଆଧାରିତ ଏକ ପ୍ରାମାଣିକ ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ଏହି ଅବସରରେ ଆଇସିଏଆର୍-ସିଫାର ହିନ୍ଦୀ ପତ୍ରିକା‘ନୀଳିତିମା’ଉନ୍ମୋଚିତ ହୋଇଥିଲା। ଏଥିସହମେସର୍ସ ଦୁର୍ଗା ଫିଶ୍ ସିଡ୍ ଫାର୍ମ, ଡଃ ନୀନା ସିଂହଏବଂଶ୍ରୀ ଦୀପକ ରଞ୍ଜନ ସେଠୀଙ୍କ ସହ ମାଛ ବିହନ ଉତ୍ପାଦନ, ଉଦ୍ୟୋଗ ବିକାଶ ଓ ଆଇସିଏଆର୍-ସିଫା ପ୍ରଯୁକ୍ତିର ପ୍ରସାର ପାଇଁ ତିନୋଟି ବୁଝାମଣାପତ୍ର (MoU) ସ୍ୱାକ୍ଷର କରାଯାଇଥିଲା।
ଉଦ୍ଘାଟନୀ ଅଧିବେଶନ ପରେଚାଷୀ–ବୈଜ୍ଞାନିକ ଆଲୋଚନାଅନୁଷ୍ଠିତ ହୋଇଥିଲା। ଏଥିରେ ମତ୍ସ୍ୟଚାଷୀମାନେ ମାଛ ବିହନର ଗୁଣବତ୍ତା, ଖାଦ୍ୟ ପରିଚାଳନା, ମାଛର ସ୍ୱାସ୍ଥ୍ୟ, ରୋଗ ନିୟନ୍ତ୍ରଣ, ଜଳର ଗୁଣବତ୍ତା, ଉତ୍ପାଦନ ବ୍ୟୟ ଓ ବଜାରୀକରଣ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ। ଆଇସିଏଆର୍-ସିଫାର ବୈଜ୍ଞାନିକମାନେ ସେଗୁଡ଼ିକର ବୈଜ୍ଞାନିକ ସମାଧାନ ଓ ପରାମର୍ଶ ପ୍ରଦାନ କରିଥିଲେ।
ଶେଷରେ ଆଇସିଏଆର୍-ସିଫାର ପ୍ରଧାନ ବୈଜ୍ଞାନିକ ତଥା ସମାଜ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟଡଃ ଏଚ୍. କେ. ଦେଧନ୍ୟବାଦ ଅର୍ପଣ କରିଥିଲେ।
