ବାଜିଲା ପଂଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ

୨୧ରେ ବୈଠକ ଡାକିଲେ ନିର୍ବାଚନ କମିଶନ
ଭୁବନେଶ୍ୱର,୦୯/୦୭/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ୨୦୨୭ ପଂଚାୟତ ଓ ପୌର ନିର୍ବାଚନପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୨୧ ତାରିଖରେ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଓସ୍ୱାନ ପ୍ଲାଟଫର୍ମରେ ଭିଡିଓ କନଫରେନ୍ସିଂରେ ସାମିଲ ହେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି ।

ବୈଠକରେ ଡୋର୍ ଟୁ ଡୋର୍ ସର୍ଭେ ଉପରେ ସମୀକ୍ଷା ହେବ । ଡିସି ବିଲ୍ ଓ ୟୁଟିଲାଇଜେସନ ସାର୍ଟିଫିକେଟ୍ ଉପରେ ବି ଆଲୋଚନା ହେବ । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ଜୁଲାଇ ୨୧ ପୂର୍ବାହ୍ନ ୧୧:୩୦ରୁ ଆରମ୍ଭ ହୋଇ ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଚାଲିବ । ବୈଠକର ମୁଖ୍ୟ ଏଜେଣ୍ଡାରେ ରହିଛି ୨୦୨୭ ସାଧାରଣ ନିର୍ବାଚନ ପାଇଁ ପଂଚାୟତ ଓ ପୌରାଂଚଳ ଗୁଡ଼ିକରେବୁଥ୍-ଭିତିିକ ଭୋଟର ତାଲିକା ପ୍ରସ୍ତୁତ କରିବା ଲାଗି ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ସମୀକ୍ଷା କରାଯିବ । ୨୦୨୨ରେ ହୋଇଥିବା ପୌର ନିର୍ବାଚନର ବାକି ଥିବା ଡିସି ବିଲ୍ ଏବଂ ୟୁଟିଲାଇଜେସନ ସାର୍ଟିଫିକେଟ ର ଯାଂଚ ହେବ । ଏହାସହ ପୂର୍ବ ବୈଠକ ଗୁଡ଼ିକରେ ନିଆଯାଇଥିବା ନିଷ୍ପତିି ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହାର ସମୀକ୍ଷା ହେବ ।
ଓଏସ୍ ୱାନ ପ୍ଲାଟଫର୍ମ ଜରିଆରେ ହେବାକୁ ଥିବା ଏହି ଭର୍ଚୁଆଲ୍ ମିଟିଂ ପାଇଁ ସ୍ଲଟ୍ ସଂରକ୍ଷିତ ରଖିବାକୁ ‘ଓକାକ’ର ସିଇଓଙ୍କୁ ଅନୁରୋଧ କରାଯାଇଛି । ବୈଠକରେ ଜିଲାପାଳ ମାନଙ୍କ ସହ ସମସ୍ତ ଅତିରିକ୍ତ ଜିଲାପାଳ, ଭୋଟର ରେଜିଷ୍ଟ୍ରେସନ ଅଫିସର ଏବଂ ଆସିଷ୍ଟାଂଟ ଇଆରଓ ମାନେ ନିଜ ନିଜ ଜିଲାର ଓଏସ୍ ୱାନ୍ କେନ୍ଦ୍ରରୁ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *