କଟକ ସଦର,୦୭/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପଢୁଥିବା ନିଜ ଗାଁ କିଶନନଗର କଲେଜରେ ଠିକାଦାରୀ ବିବାଦ କୁ ନେଇ ଛାତ୍ରଛାତ୍ରୀ ମାନେ ଏକ ମାସ ହେଲା ନାହିଁ ନଥିବା ହିନସ୍ଥା ଭୋଗୁଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ ଏକ ନୂଆ ଵିଲଡିଂ ନିର୍ମାଣ ପାଇଁ ପୁରୁଣା ଵିଲଡିଂ ଭଙ୍ଗା ଯାଇଥିଲା। ଏହାର ନିର୍ମାଣ ପାଇଁ ଜନୈକ ଠିକାଦାର ଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ନିଅଁ ଖୋଳାଯିଵା ପରେ ଏଥିରେ ଆଉ ଦୁଇଜଣ ଦଳୀୟ ଠିକାଦାର ଙ୍କୁ ଅନ୍ତର୍ଭୁକ୍ତ କରା ଯାଇଥିବା ରୁ ବିବାଦ ଉପୁଜିଥିଲା।
ଯେଉଁଥିପାଇଁ ଏବେ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି। ଯାହାଫଳରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଖୋଳା ଯାଇଥିବା ଖାଲ ଖମା (ନିଅଁ) ଭିତରେ ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
