ଆକାଶବାଣୀର ୯୦ ବର୍ଷ ପୂିର୍ତି ଉପଲକ୍ଷେ ପଦଯାତ୍ରା

କଟକ,୨୭/୦୫/୨୦୨୬(ଓଡ଼ିଶା ସମାଚାର)- ଶାରୀରିକ ସୁସ୍ଥତା ବର୍ତମାନ ସମୟରେ ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ ଆକାଶବାଣୀ ୯୦ବର୍ଷ ପୂର୍ତି ଅବସରରେ ଏକ ପଦଯାତ୍ରାରେ ପ୍ରକାଶ କରିଛନ୍ତି । ଏହି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟଅତିଥିଭାବେ ଯୋଗଦେଇ ଜଷ୍ଟିସ ରଥ କହିଛନ୍ତି ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି ।

କଟକ ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡ଼ିୟମଠାରେ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି ଯେ ବିଗତ ୪୦ ବର୍ଷ ଧରି ଆକାଶବାଣୀ ଶ୍ରୋତାଭାବେ ଜଡ଼ିତ ହୋଇ ରହିଛନ୍ତି । ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗ ଦେଇଥିବା ସମସ୍ତଙ୍କୁ ଜଷ୍ଟିସ ମିଶ୍ର ଶୁଭେଚ୍ଛା ଜଣାଇଥିଲେ । କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋତା ଅନ୍ୟତମ ସମ୍ମାନୀୟ ଅତିଥିଭାବେ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି ଯେ ଆକାଶବାଣୀ ୯୦ ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ । କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗରେ ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରାରେ ପ୍ରାୟ ୪୦୦ ଜଣ ଭାଗ ନେଇଥିଲେ ।

ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡ଼ିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି. ରତ୍ନ ପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ । ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବା ବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା । ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବା ନିବୃତ ଏବଂ ବିଭିନ୍ନ ଅଂଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *