ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା – ୧୦ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି

ସମ୍ବଲପୁର ୦୯/୦୭/୨୦୨୬ (ଓଡ଼ିଶା ସମାଚାର)- ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ପ୍ରଥମ ପର୍ୟ୍ୟାୟରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା। ଏବେ ବାମ ପାର୍ଶ୍ବର ୭ଟି ଗେଟ୍ ଓ ଡାହାଣ ପାର୍ଶର ୩ଟି ଗେଟ୍ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଏହି ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବା ପାଇଁ ୪୦ ଘଣ୍ଟା ସମୟ ଲାଗିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।

ହୀରାକୁଦ ନଦୀବନ୍ଧରେ ଜଳସ୍ତର ବୃଦ୍ଧି ପାଉଥିବା ରୁ ପୂର୍ବ ଘୋଷଣା ମୁତାବକ ଆଜି ଗୁରୁବାର ପୂର୍ବାହ୍ନ ୧୧ଟା ପରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପରମ୍ପରା ଅନୁସାରେ, ପୂଜାପାଠ ପରେ ଜଳସମ୍ପଦ ବିଭାଗ ର ନିଷ୍ପତ୍ତି ଅନୁସାରେ, ପ୍ରଥମେ ୭ ନମ୍ବର ଫାଟକ ଓ ପରେ କ୍ରମାନ୍ବୟରେ ୪ଟି ଗେଟ୍ (ବାମ ୦୩ + ଡାହାଣ ୦୧)ଖୋଲା ଯାଇଥିଲା। ତେବେ ପରେ ଆଉ ୬ ଟି ଗେଟ୍ ଖୋଲାଯାଇଛି । ବର୍ତମାନ ମୋଟ୍ ୧୦ ଟି ଗେଟ୍ ଖୋଲାଯାଇଛି ।

ବର୍ତମାନ ବର୍ଷା ପରିମାଣ କମିଥିବା ହେତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଉଛି।

Leave a Reply

Your email address will not be published. Required fields are marked *