ଜ଼ିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪

ଯାଜପୁର, ୧୪/୧୨/୨୦୨୪ (ଓଡ଼ିଶା ସମାଚାର)- ଆଜି ଯାଜପୁର ଜ଼ିଲ୍ଲାସ୍କୁଲ ପରିସରରେ ଜ଼ିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ୧୦ଟି ବ୍ଲକରୁ ୭୦ଟି ପ୍ରକଳ୍ପକୁ ପ୍ରତଯୋଗୀମାନେ ପ୍ରଦର୍ଶନ କରିଥିଲେ । ତତ ସହିତ ପ୍ରତି ବ୍ଲକରୁ ୨ଜଣ ଲେଖାଏଁ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ବିଜ୍ଞାନ ଗ୍ୟାଲେରୀ ପ୍ରସ୍ତୁତ ହୋଇଥିଲା । ଶକ୍ତି ସଂରକ୍ଷଣ ଓ ସଚେତନତା ଉପରେ ଏକ ଖୋଲା ମଞ୍ଚରେ କୁଇଜ଼ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ଆରମ୍ଭରୁ ଜ଼ିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ ଏକ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।  ଏଥିରେ ମୁଖ୍ୟଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବକ୍ରୀଷ୍ଣ ଜେନା, ମୁଖ୍ୟବକ୍ତା ରୂପେ ନାଇଜରର ପ୍ରଫେସର ତଥା ବିଶିଷ୍ଟ ବୈଜ୍ଞାନିକ ଡ଼. ହିମାଂଶୁ ଶେଖର ବିଶ୍ୱାଳ, ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ରାଜେଶ କୁମାର ସ୍ୱାଇଁ, ଯାଜପୁର ଜ଼ିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆଲୋକ କୁମାର ବନ୍ଧ ଏବଂ ଆବାହକ ରୂପେ ଜ଼ିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ କୁମାରସେନ ସେନାପତି ଯୋଗଦାନ କରି କୁନି ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଦୀନବନ୍ଧୁ ସାହୁ ମଞ୍ଚ ପରିଚାଳନା କରିଥିଲେ । ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରକଳ୍ପସ୍ଥଳୀ ଉଦଘାଟନ ହୋଇଥିଲା । ୪ ଜଣ ଅଧ୍ୟାପକ ବିଚାରକ ରୂପେ ପ୍ରକଳ୍ପ ଗୁଡିକୁ ନିରୀକ୍ଷଣ କରି ଥିଲେ । ବିଚାରକ ରୂପେ ଲକ୍ଷ୍ମୀନାରାୟଣ କର, ଦିବ୍ୟଲୋଚନ ସିଂ, ବସନ୍ତ କୁମାର ତ୍ରିପାଠୀ ଓ ବିକ୍ରମ କୁମାର ମଲ୍ଲିକ ସହଯୋଗ କରିଥିଲେ । କୁଇନ ପରିଚାଳନାରେ ଜଗନ୍ନାଥ ବେହେରାଙ୍କ ସହ ଅନ୍ୟ ବିଜ୍ଞାନ ଶିକ୍ଷକମାନେ ସହଯୋଗ କରିଥିଲେ ।

ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ସହ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜ଼ିଲ୍ଲା ଶିକ୍ଷାଧିକାରୀଙ୍କ ସଭାପତିତ୍ୱରେ ୭ ଟି ଉପ-ପ୍ରସଙ୍ଗ ବିଭାଗରୁ  ୧ମ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ଦିଆଯାଇଥିଲା ।  ୧ମ ସ୍ଥାନ ପାଇଥିବା ପ୍ରତିଯୋଗୀ ମାନେ ହେଲେ ଲିପ୍ସା ପଣ୍ଡା, ଶୋଭନ କୁମାର ବେହେରା, ସୁରଜ କୁମାର ବେହେରା, ସତ୍ୟଶ୍ରୀ ମହାରଣା,ବର୍ଷାରାଣୀ ବିଶ୍ୱାଳ, ସାଇ ଶିବମ  ସ୍ୱାଇଁ ଓ ଶୁଭାଲକ୍ଷ୍ମୀ ପଣ୍ଡା । ଶକ୍ତିସଂରକ୍ଷଣରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯଇଥିଲା ।

ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ଜ଼ିଲ୍ଲା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହ ଅନ୍ୟ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଯଥା ଚିନ୍ମୟ କୁମାର ରଥ, ଶିବବ୍ରତ ପାଣି, ଶୈଳଜା ବାରିକ, ବ୍ରହ୍ମ୍ଛାନନ୍ଦ ବାରିକ, ପ୍ରକାଶ କୁମାର ପଣ୍ଡା, ବିଷ୍ଣୁ ଚରଣ ସାହୁ, ନିରଞ୍ଜନ ସାମଲ, ମନରଞ୍ଜନ ସାମଲ, ବିଜୟ କୁମାର ସାହୁ, ଅମୀୟ ସ୍ୱାଇଁ, ଶ୍ରୀଧର ସ୍ୱାଇଁ, ଅମରେଶ ପଣ୍ଡା ଆଦି ସମ୍ପୂର୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *