କଦମଛନ୍ଦା ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗରଦପୁର ୦୧/୦୨/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଦମଛନ୍ଦା ଗ୍ରାମରେ ଥିବା ମା ରଣପୁରୀ ଏକାଡେମୀ ( ହାଇ ସ୍କୁଲ୍) ର ବାର୍ଷିକ ଉତ୍ସବ, କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ବିଫ୍ୟାଳୟର ପ୍ରଧାନ ଶିକ୍ଷକ ନିକୁଞ୍ଜ ବିହାରୀ ମିଶ୍ର ସଭାପତିତ୍ଵ କରିଥିଲେ । ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ଶ୍ରୀ ରୁଦ୍ର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତୀତର ସ୍ମୃତୀ ଚାରଣ କରିଥିଲେ । ବିଦ୍ୟାଳୟ ୧୯୮୫ ମସିହାରେ ପ୍ରତିଷ୍ଠିତ ହୋଇ ବହୁ ବାଧା ବିଘ୍ନ ରେ ସ୍ୱୀକୃତି ମିଳିଥିଲା । ଇତି ମଧ୍ୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଓ ଅଣ ଶିକ୍ଷକ ଅବସର ଗ୍ରହଣ କରି ସାରିଲେଣି । ବର୍ତ୍ତମାନ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ଅଷ୍ଟମ ନବମ ଦଶମ ଶ୍ରେଣୀ ର ପାଠ ପଢ଼ା ହେଉଛି । ଏଥି ନିମନ୍ତେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଉକ୍ତ ସଭାରେ ଗତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଲକ୍ଷ୍ମୀପ୍ରିୟା ବେହେରା ଙ୍କୁ ରଣଜିତ୍ ଟ୍ରଫି ,ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ଲକ୍ଷ୍ମୀପ୍ରିୟା ପଣ୍ଡା ଙ୍କୁ ରବିନାରାୟଣ ଟ୍ରଫି ଓ ତୃତିୟ ସ୍ଥାନ ଅଧିକାର କରିଥିବା ସାଗରିକ ସିଂହ ଙ୍କୁ ଗୋଲକ ନାରାୟଣ ଟ୍ରଫି ପ୍ରଦାନ କରାଯାଇଥିଲା । ଏହା ସହିତ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି ସଭାର ଅନ୍ୟ ମାନଙ୍କ ମଧ୍ୟରେ ଅନୁପମା ସିଂହ, ମିର ଗୁରଫାନ ଅଲି, ଅକ୍ଷୟ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *