ଆଇଆଇସି ଵିୟୁଟି ମହାନ୍ତିଙ୍କ ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ ମୃତ୍ୟୁ, ଉପଯୁକ୍ତ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି 

କଟକ ସଦର,୦୭/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) -କମିଶନରେଟ କଟକ ଚାଉଳିଆଗଞ୍ଜ ଥାନାର ବହୁ ଚର୍ଚ୍ଚିତ ଥାନା ଅଧିକାରିଣୀ ଵିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାର ପୋଷ୍ଟ ମର୍ଟମ ରିପୋର୍ଟ ପ୍ରକାଶ ପାଇଛି। ଶ୍ୱ।ସରୁଦ୍ଧ ଅବସ୍ଥାରେ ମୃତ୍ୟୁ ଘଟିଥିବା ରିପୋର୍ଟରେ ରହିଛି। ଯେହେତୁ ଵିୟୁଟି ଡିୟୁଟି ରେ ଥାଇ ଥାନାର ରେଷ୍ଟୁ ରୁମରେ ଆତ୍ମହତ୍ୟା କରିଛନ୍ତି ଶ୍ୱାସ ରୁଦ୍ଧ ମୃତ୍ୟୁ ତ ନିଶ୍ଚିତ । ହେଲେ ଆତ୍ମ ହତ୍ୟାର କାରଣ ବୃତ୍ତିଗତ ଚାପ ନାଁ ପାରିବାରିକ ଚାପ ତାକୁ ନେଇ ସାଧାରଣରେ ଅନେକ ଗୁଡ଼ିଏ ଅସୁମାରି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେଥିରେ ଏହି ମୃତ୍ୟୁ ପଛରେ ଜନୈକ ପୋଲିସ ଏଏସଆଇ ଓ ରାଜନେତା ମାନଙ୍କ ନାଁ ଚର୍ଚ୍ଚା ହେଉଥିଲା ବେଳେ ଏହାର ଉପଯୁକ୍ତ ତଦନ୍ତ ପାଇଁ ପୋଲିସ ଅଫିସର ସଂଘ ସହିତ ବିଭିନ୍ନ ସାମାଜିକ ସଂଗଠନ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ବିଭିନ୍ନ ଆଙ୍ଗଲରେ ତଦନ୍ତକୁ ତ୍ୱରାନ୍ୱିତ କରାଯିବା ସହିତ ଏଥିରେ ସମ୍ପୃକ୍ତ ଥିବା ଯେ କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ବୋଲି ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ କହିଛନ୍ତି। ତେବେ ଏହି ସମ୍ବେଦନଶୀଳ ଘଟଣା ଉପରୁ କେବେ ପରଦା ଉଠୁଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *