ଗ୍ୟାସ ଡେଲିଭରୀ ବୟଙ୍କୁ କନ୍ଦରପୁର ଥାନା ଅଧିକାରୀଙ୍କ ଧମକ –

ଗ୍ୟାସ୍ ନଦେଲେ ତୋତେ ଓ ତୋ ମାଲିକକୁ ବାନ୍ଧି ପୁରେଇ ଦେବି।

କଟକ ସଦର,୦୭/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) -ରୋଷେଇ ଗ୍ୟାସ୍ ଯୋଗାଣରେ କଡାକଡି କଟକଣା ବଳବତ୍ତର ଥିବା ବେଳେ ଵିନା ଖାତା ଓ ବିନା ଵୁକିଙ୍ଗରେ ଗ୍ୟାସ ଦେବାକୁ ଜନୈକ ଡେଲିଭରୀ ବୟଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ତାଙ୍କୁ ଓ ତାଙ୍କ ମାଲିକଙ୍କୁ ବାନ୍ଧି ପୁରେଇ ଦେବାକୁ କମିଶନରେଟ କନ୍ଦରପୁର ଥାନା ଆଇଆଇସି ଧମକଚମକ ଦେଵା ଅଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ପ୍ରକାଶ ଯେ ଉକ୍ତ ଥାନା ଅନ୍ତର୍ଗତ ପରମହଂସ ରାଜହଂସ ଭୋଇସାହିର ଅନିଲ୍ ଭୋଇ ମହାନଦୀ ବିହାର ପ୍ରଗତି ଗ୍ୟାସ ଏଜେନ୍ସୀ ଠାରୁ ଏଚ୍ ପି ଗ୍ୟାସ ଆଣି ହୋମ୍ ଡେଲିଭରୀ ଦେଇ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଥାଆନ୍ତି।

ହେଲେ ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ପୂର୍ବରୁ ଅନେକ ଥର ଧମକଚମକ ଦେଇ ବିନା ଵୁକିଙ୍ଗରେ ଗ୍ୟାସ ନେଇଥିବା ବେଳେ ଏଥର ନେବାକୁ ଫୋନ୍ ଯୋଗେ କହିଥିଲେ। ହେଲେ ଡେଲିଭରୀ ବୟ ଏଥିରେ ରାଜି ନହୋଇ ଵୁକିଙ୍ଗ ନହେଲେ ଦେଇ ହେବ ନାହିଁ ବୋଲି କହିବାରୁ ଆଇଆଇସି ତାଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅନିଲ୍ ଭୟଭୀତ ହେବା ସହିତ ତାଙ୍କ ପରିବାର ଲୋକେ ଏବେ ନିଜକୁ ଅସୁରକ୍ଷିତ ମଣୁଥିଵା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଅଗରେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କଟକ କମିଶନରେଟ ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ ଙ୍କୁ ପଚାରିଵାରେ ଉକ୍ତ ଘଟଣା ସମ୍ପର୍କରେ ସିଏ ଅବଗତ ଥିବା  କହିଛନ୍ତି। ସେହିପରି ଥାନା ଅଧିକାରୀଙ୍କୁ ପଚରାଯିବାରେ ସିଏ ଏହା ସମ୍ପୂର୍ଣ୍ଣ ଅସତ୍ୟ ଓ କପୋଳକଳ୍ପିତ ବୋଲି କହି ଅଭିଯୋଗକୁ ଏଡାଇ ଯାଇଥିବା ଜଣାପଡିଛି। ଏବେ ରାଜ୍ୟରେ ପୋଲିସ ବିଭାଗ ଉପରେ ବିଭିନ୍ନ ଘଟଣା ପାଇଁ ଆଙ୍ଗୁଳି ଉଠିଥିବା ବେଳେ କନ୍ଦରପୁର ଥାନା ସେଥିରେ ଯୋଡ଼ି ହୋଇଯାଇଛି।

Leave a Reply

Your email address will not be published. Required fields are marked *