ଆସନ୍ତା ୯ରେ ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର,୦୬/୦୭/୨୦୨୬ (ଓଡ଼ିଶା ସମାଚାର)-ସମ୍ବଲପୁର ଜିଲା ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଆସନ୍ତା ୯ରେ ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ଯେ ଆସନ୍ତା ଜୁଲାଇ ୯ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ଏଥିଯୋଗୁଁ ମହାନଦୀ ଓ ତା’ର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସତର୍କ କରି ଦିଆଯାଇଚଛି ।

 

Leave a Reply

Your email address will not be published. Required fields are marked *