କଟକ ସଦର,୨୪/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ଫେବୃୟାରୀ ମାସ ୧୫ ତାରିଖ ରୁ ଚାରି ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା କଟକ ପୂର୍ବାଞ୍ଚଳର ପ୍ରସିଦ୍ଧ ତଥା ପାରମ୍ପରିକ ଜାଗରଯାତ୍ରା ପାଇଁ ଆଜି ବୁଧବାର ଅପରାହ୍ନରେ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ ଙ୍କ ପୈ।ରୋହିତ୍ୟ ଏଵଂ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସମାଜସେବୀ ପ୍ରଫୁଲ୍ଲ ସିଂହ, ଟ୍ରଷ୍ଟ ବୋର୍ଡ ସଭ୍ୟ ସନ୍ତୋଷ କୁମାର ରଥ, ରବିନାରାୟଣ ସିଂହ, ସୁଶିଲ କୁମାର ଦଳେଇ, ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲ ପ୍ରମୁଖ ଙ୍କ ସହିତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇ ଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, ଅଗ୍ନି ନିର୍ଵାପକ,ସିସି ଟିଭି ବ୍ୟବସ୍ଥା ପ୍ରଭୃତି ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହଂସନାଥ ସ୍ୱେଚ୍ଛାସେବୀ ସଂଗଠନ ସଭାପତି ଲକ୍ଷ୍ମୀଧର ରାଉତ, ରାମଚନ୍ଦ୍ର ପଣ୍ଡା, ବସନ୍ତ କୁମାର ପଣ୍ଡା, ରାଜକିଶୋର ନାୟକ, ଅନିରୁଦ୍ଧ ରାଉଳ,ଅଲେଖ ଚରଣ ରାଉତ,ସାଧୁ ଚରଣ ପଣ୍ଡା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
