ଆଳିଜଙ୍ଗାରେ ନନ୍ଦ ଉତ୍ସବ

ଗରଦପୁର,୦୫/୦୯/୨୦୨୬ (ଓଡ଼ିଶା ସମାଚାର)-ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଆଳିଜଙ୍ଗା ଗ୍ରାମରେ ଅଶୃଖଳା ତଟରେ ପୂଜା ପାଉଥିବା ରାଧାକୃଷ୍ଣ ମନ୍ଦିର ରେ ଗତ କାଲି ଓ ଆଜି ଦୁଇ ଦିନ ଧରି ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ , ନନ୍ଦ ଉତ୍ସବ, ଭଜନ ସନ୍ଧ୍ୟା ଆଦି ଅନୁଷ୍ଠିତ ହୋଇ ଯାଇଛି ।

ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଉପବାସ କରିଥିବା ଶ୍ରଦ୍ଧାଳୁ ନରନାରୀ ମାନେ ପୂଜାର୍ଚ୍ଚନା କରିଥିଲେ । ଆଜି ନନ୍ଦ ଉତ୍ସବ , ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା । ଗ୍ରାମବାସୀ ଙ୍କ ସମେତ ଗ୍ରାମର ସୁଶାନ୍ତ କୁମାର ଜେନା ଙ୍କ ଦ୍ୱାରା ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ସହଯୋଗ କରିଥିଲେ । ନନ୍ଦ ଉତ୍ସବ ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *