କଣ୍ଟାପଡା: କନ୍ଦଳ ନଦୀରେ ଭାସିଯାଇ ନିଖୋଜ 

କଟକ ୦୬/୦୭/୨୦୨୬ (ଓଡ଼ିଶା ସମାଚାର)-  କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଡ଼ିମିରି ଗ୍ରାମ ପଞ୍ଚାୟତର ନୋଦା ଗ୍ରାମର ବାସିନ୍ଦା ନୀଳମଣି ଦାସ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ନିଜର ନିତ୍ୟକର୍ମ ପାଇଁ କନ୍ଦଳ ନଦୀକୂଳକୁ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ନଦୀ ସ୍ରୋତରେ ଭାସିଯାଇଥିବା ସୂଚନା ମିଳିଛି।

ଘଟଣାଟିକୁ ସ୍ଥାନୀୟ ଲୋକମାନେ ଦେଖି ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଅଡଶପୁର ଅଗ୍ନିଶମ ବାହିନୀ ଏବଂ ଡ଼ିମିରି ବିଟ୍ ହାଉସ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଓ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବ୍ୟାପକ ଖୋଜାଖୋଜି ଅଭିଯାନ ଆରମ୍ଭ କରିଛନ୍ତି। ଶେଷ ଖବର ସୁଦ୍ଧା ନୀଳମଣି ଦାସଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *