ନାନୋ ସାର ପ୍ରୟୋଗ  କର୍ମଶାଳା 

ଖୋର୍ଦ୍ଧା, ୦୯/୦୨/୨୦୨୪ (ଓଡ଼ିଶା ସମାଚାର /ଦିପକ ପ୍ରଧାନ) -ଇଣ୍ଡିଆନ ଫଟିଲାଇଜର ଫାର୍ମର କୋଅପରେଟିଭ  (ଇଫକୋ) ପକ୍ଷରୁ ଏକ କୃଷକ ସଚେତନତା କର୍ମଶାଳା ବଡାସ ପଞ୍ଚମୁଖୀ ମନ୍ଦିର ପ୍ରାଙ୍ଗଣରେ ହୋଇଯାଇଅଛି। ଇଫକୋ ଭୁବନେଶ୍ୱରର ଅତିରିକ୍ତ ଏରିଆ ମ୍ୟାନେଜର ସୌମ୍ୟରଞ୍ଜନ ହାତୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କୃଷକ ସଚେତନତା ସଭାରେ ଇଫକୋ ଭୁବନେଶ୍ୱରର ଡେପୁଟି ଉପ ଏରିଆ ମ୍ୟାନେଜର ବିକ୍ରିମ କେଶରୀ ପାତ୍ର ,ବ୍ଲକ କୃଷି ଅଧିକାରୀ ସାଗର ସାହୁ, କୃଷି ଯନ୍ତ୍ରୀ ମିନକେତନ ଦାସ ,ଇଫକୋ ଆଞ୍ଚଳିକ ମାର୍କେଟିଙ୍ଗି ମ୍ୟାନେଜର ଦିବ୍ୟ ରଞ୍ଜନ ଓତା ଯୋଗଦେଇ ଥିଲେ। ନାନୋ ୟୁରିଆ,ନାନୋ ଡିଏପି ,ସାଗରିକା ତରଳ ସାର  ଏଵଂ ଇଫକୋ ଏମସି କୀଟନାଶକ ର ପ୍ରୟୋଗ ବିଷୟରେ ଆଲୋଚନା କରାଯାଇଥିଲା।ଗୁଣ୍ଡ ସାର ଅପେକ୍ଷା ତରଳ ସାର  ଚାଷରେ ପ୍ରୟୋଗ କଲେ ଏହା ଭଲ ଫଳପ୍ରଦ ଦେବ । ଏପରି କି ଶତକଡା ୩୫ ଭାଗ ଗୁଣ୍ଡ ସାର ଜମିରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଶତକଡା ଶହେ ଭାଗ ତରଳ ସାର ପ୍ରୟୋଗରେ ହୋଇଥାଏ। ଚାଷୀ ଭାଇ ମାନେ ଏହାକୁ ବହୁଳ ଭାବରେ ବ୍ୟବହୃତ କରିବାକୁ ପରାମର୍ଶ ଦେଇଥିଲେ ଇଫକୋ ଅଧିକାରୀ ଗଣ ।ଇଫକୋ ଡିଲର ପ୍ରସନ୍ନ କୁମାର ଜେନା ଙ୍କ ଆବାହକତ୍ୱରେ ରେ ଅନୁଷ୍ଠିତ କର୍ମଶାଳା ରେ ବ୍ଲକ ର ସମସ୍ତ ଏଟିଏମ୍, ବିଟିଏ ମ , ଭିଏଡବ୍ଲୃ ,କୃଷକ ସାଥୀ, ରିଟେଲର , ଅଗ୍ରଣୀ କୃଷକ ଙ୍କ ସହ ଦୁଇ ଶହରୁ ଉର୍ଦ୍ଧ୍ୱ ଚାଷୀ ଏହି କର୍ମଶାଳାରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *