ଗରଦପୁର ରେ ଧାନ ମଣ୍ଡି ଖୋଲିଲା

ଗରଦପୁର, ୦୯/୦୧/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ମୁଖ୍ୟାଳୟ ରେ ଥିବା ଗରଦପୁର କୃଷି ସମବାୟ ସମିତି  ଧାନ ମଣ୍ଡି ଉଦଘାଟିତ ହୋଇଛି । ସମିତି ର ସଭାପତି ରଂଜିତ କୁମାର ପଣ୍ଡା ଆୟୋଜିତ ଉତ୍ସବରେ ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ । ଏଥିରେ ଉପ ସଭାପତି କୁସୁମ ମହାପାତ୍ର , ସମିତି ସମ୍ପାଦକ ଜ୍ୟୋତିରଂଜନ ପଣ୍ଡା, କୃଷକ ପ୍ରତିନିଧି ପ୍ରତିନିଧି ମଲିକ , ନନ୍ଦନ କାପ , ପ୍ରଦ୍ୟୁମ୍ନ ମିଶ୍ର, ନାରାୟଣ ବେହେରା, ବିଜୟ ବାରିକ , ପ୍ରଶାନ୍ତ ପାଣି ପ୍ରମୁଖ ଯୋଗଦେଇଥିଲେ । ସପ୍ତାହର ରବି, ମଙ୍ଗଳ, ଶୁକ୍ରବାର ଦିନ ଧାନ ମଣ୍ଡି ଖୋଲା ରହିବ ବୋଲି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଥିଲା । ଏଥି ସହିତ ଏଫଏକ୍ୟୁ ମାନର ଧାନ କୁଇଂଟାଲ ପିଛା ୨୧୮୩ ଟଙ୍କା ଧାର୍ଯ୍ୟ କରାଯାଇଥିବା ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *