ଯୁବ ନେତା ବିଜୟ କୁମାର ପାଲଟା ସିଂହ ହେଲେ  ଦିଗ ପହଣ୍ଡି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ

 ନିରାକାରପୁର, ୦୯/୦୨/୨୦୨୪ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ଯୁବ ନେତା ବିଜୟ କୁମାର ପାଲଟା ସିଂହଙ୍କୁ ଗଞ୍ଜାମ ଜିଲ୍ଲା ଦିଗ ପହଣ୍ଡି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ମିଳିଥିବାରୁ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି ।ବିଜୟ କୁମାର ପାଲଟାସିଂହ ସ୍ଥାନୀୟ କ୍ଷେତ୍ରବାସୀ ମହାବିଦ୍ୟାଳର ଛାତ୍ର ସଂସଦର ଉପସଭାପତି /ସଭାପତି ଭାବରେ ନିର୍ବାଚିତ ହୋଇ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତିରୁ ତାଙ୍କର ସକ୍ରିୟ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଛାତ୍ର ଜନତା ଦଳର ଟାଙ୍ଗୀ ବ୍ଲକ ସଭାପତି, ବିଜୁ ଛାତ୍ର ଜନତାଦଳର ରାଜ୍ୟ ସାଧାରଣ ସମ୍ପାଦକ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ,ପରେ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରି,କନ୍ଧମାଳ, ଦେଓଗଡ, ପ୍ରଭୁତି ଜିଲ୍ଲାରେ,ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ନିଷ୍ଠାପର ସହକାରେ କାର୍ଯ୍ୟ ତୁଲାଇଛନ୍ତି ।ସମ୍ପ୍ରତି ସେ ଖୋର୍ଦ୍ଧା ଜିଲ୍ଲା ୧୨ ନମ୍ବର ଜୋନର ଜ଼ିଲ୍ଲା ପରିଷଦ ସଦସ୍ୟ ଅଛନ୍ତି ।ତାଙ୍କର ଏହି ନିଯୁକ୍ତି ପାଇଁ ଖୋର୍ଦ୍ଧା ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *