ବିଶ୍ୱାଳପଡା ରେ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

କଟକ, ୧୫/୦୨/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ସଦର ଥାନା ଅନ୍ତର୍ଗତ ବିଶ୍ୱାଳପଡା ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଗ୍ରାମେଶ୍ୱର ମହାଦେବଙ୍କ  ଏକବିଂଶତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଉପଲକ୍ଷେ  ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଶ୍ୱାଳପଡା, ସଵଳପୁର ଗ୍ରାମ ସମେତ ଆଖପାଖ ଗ୍ରାମର ମହିଳା ଓ ପୁରୁଷମାନେ ବିଶ୍ୱାଳପଡାସ୍ଥିତ ଗ୍ରାମେଶ୍ୱର ଦେବଙ୍କ ପବିତ୍ର ପୁଷ୍କରିଣୀରୁ ଜଳ ଉତ୍ତୋଳନ କରି ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ପ୍ରଭୁ ଗ୍ରାମେଶ୍ଶରଙ୍କ ପୀଠରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଏହି ବିଶ୍ଵଶାନ୍ତି ମହାଯଜ୍ଞ ୪ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଆସନ୍ତା ୧୮ ତାରିଖରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *