ଶ୍ରୀ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ

ଭୁବନେଶ୍ୱର,୧୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରୀ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧” ପ୍ରଦାନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସାମଗ୍ରିକ ସାହିତ୍ୟ କୃତି, ଓଡ଼ିଆ ଭାଷା ପ୍ରତି ରହିଥିବା ଅବଦାନ ତଥା ଗବେଷଣାକୁ ବିଚାରକୁ ନେଇ ଶ୍ରୀ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧” ପାଇଁ ମନୋନୀତ କରାଯାଇଛି। ଜାନୁଆରୀ ୧୪ ତାରିଖ ଦିନ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ଅବସରରେ ଶ୍ରୀ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ”ରେ ସମ୍ମାନିତ କରାଯିବା ସହ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *