କଟକ ସଦର,୦୬/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ଚାଉଳିଆଗଞ୍ଜ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷୀକା (ଆଇଆଇସି)ଵିୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁର ଉଚ୍ଚ ସ୍ତରୀୟ ତଦନ୍ତ କରି ୩୦ ଦିନ ମଧ୍ୟରେ ମୃତ୍ୟୁର କାରଣ ସାର୍ବଜନୀନ କରିବାକୁ ଓଡ଼ିଶା ପୋଲିସ ଅଫିସର୍ସ ସଂଘ ଦାବି କରିଛି।
ଏହି ପରିପ୍ରେକ୍ଷୀରେ ରବିବାର ଦିନ ସଂଘର ସଭାପତି ଇନ୍ସପେକ୍ଟର ଅସିତ୍ ରଞ୍ଜନ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୋଲିସ ଏହି ସମ୍ବେଦନଶୀଳ ଘଟଣାକୁ କେବଳ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଚୁପ୍ ହୋଇ ନଵସି ଏହାର ଉପଯୁକ୍ତ ତଦନ୍ତ କରି ମୃତ୍ୟୁର କାରଣ ପର୍ଦ୍ଦାଫାଶ କରିବାକୁ ଦାବି କରିଛନ୍ତି। ସଂଘର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ସ୍ୱାଗତ କରାଯାଇଛି।
