ଜୁନାଗଡ଼ ରେ ଭାଜପା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଜୁନାଗଡ଼, ୧୮/୦୯/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲୁଥିବା ସେବା ପକ୍ଷ ଅନ୍ତର୍ଗତ ଜୁନାଗଡ଼ ଠାରେ ଆଜି ଭାରତୀୟ ଜନତା ପାର୍ଟି ଦ୍ବାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜୁନାଗଡ଼ ରେ ରକ୍ତଦାନ ଶିବିର ଜିଲ୍ଲା ଉପସଭାପତି ଶ୍ରୀ ମୁକେଶ ଅଗ୍ରୱାଲ ଙ୍କ ସଂଯୋଜନା ରେ ନଗର ସଭାପତି ଶ୍ରୀ ବିକ୍ରାନ୍ତ ପଟ୍ଟନାୟକ ଆୟୋଜନ କରିଥିଲେ ।

ଜିଲ୍ଲା ସଭାପତି ଶ୍ରୀ ଯୁଗଳ ପୋଡ଼ ଙ୍କ ଉପସ୍ଥିତି ରେ ପୂର୍ବତନ ମନ୍ତ୍ରୀ ଶ୍ରୀ ହିମାଂଶୁ ମେହେର ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ । ରକ୍ତଦାନ ଶିବିରରେ ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ ମେହେର, ଜିଲ୍ଲା ଉପସଭାପତି ଶ୍ରୀ ଅଜୟ ପାଣିଗ୍ରାହୀ,ଜିଲ୍ଲା ସମ୍ପାଦକ ଶ୍ରୀ ସତ୍ୟନାରାୟଣ ବେହେରା,ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଶ୍ରୀ ଦିବ୍ୟ ଦୀପ,ବରିଷ୍ଠ ନେତୃବୃନ୍ଦ, ସମସ୍ତ ମଣ୍ଡଳ ସଭାପତି ଗଣ, ମହିଳା ମୋର୍ଚ୍ଚା,ଦୁଇ ପରିଷଦ ଗଣ, ଦେବତୁଲ୍ୟ କାର୍ୟ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ । ମୋଟ୍ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

Leave a Reply

Your email address will not be published. Required fields are marked *