ବିଶ୍ବରଂଜନ ମଲ୍ଲିକ ଙ୍କୁ ବରୀ ସରପଂଚ ସଂଘ ପକ୍ଷରୁ ନାଗରିକ ସମ୍ମାନ ।

ଯାଜପୁର,୨୬/୦୪/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):- ବରୀ  ବିଧାନ ସଭା ପାଇଁ ବିଜେଡି ପକ୍ଷରୁ ବିଶ୍ବରଂଜନ ମଲ୍ଲିକ ଙ୍କୁ ପ୍ରାର୍ଥୀ କରିବା ପରେ ଆଜି ବରୀ ସରପଂଚ ସଂଘ ପକ୍ଷରୁ ଚନ୍ଦନପୁର ପଂଚାୟତ ମା ମଙ୍ଗଳା ମନ୍ଦିର ପଡିଆ ଠାରେ  ଏକ ବିଶାଳ ସ୍ଵାଗତ ଓ ସମ୍ଭର୍ଦ୍ଧନା ସଭା ମାଧ୍ୟମରେ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଅଛି ।

ଆୟୋଜିତ ସଭାରେ ବିଶ୍ବରଂଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରୀ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡି , ଉପାଧ୍ୟକ୍ଷ ଅର୍ଚ୍ଚନା ମଲ୍ଲିକ , ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ , ସୁମିତ୍ରା ଯାଦବ , ସନ୍ତୋଷ ସାମଲ , ଦିଲୀପ କୁମାର ମହାନ୍ତି , ଯାଜପୁର ବ୍ଲକ ଉପାଧ୍ୟକ୍ଷ କମଳ ମଲିକ , ଚନ୍ଦନପୁର ସରପଂଚ ଚପଳା ମଲ୍ଲିକ , ସରପଂଚ ସଂଘ ସଭାପତି ପ୍ରସନ୍ନ କୁମାର ସାମଲ , ରଞ୍ଜନ ପଣ୍ଡା  ପ୍ରମୁଖ ମଞ୍ଚାସୀନ ଥିଲେ ।

ଆଜିର ସମ୍ଭର୍ଦ୍ଧନା କାର୍ଯ୍ୟରେ ବରୀ ବ୍ଲକର ୨୯ ସରପଂଚ ଓ ସମିତି ସଭ୍ୟ  ମାନଙ୍କ ସହ ସ୍ଥାନୀୟ ନେତୃତ୍ୱ  ଯୋଗ ଦେଇ ଶ୍ରୀ ମଲିକ ଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରିବା ସହ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ଶପଥ ନେଇଥିଲେ । ନିଜର ଅଭିଭାଷଣ ରେ ଅଶୋକ ସାମଲ ଚଳିତ ଥର ଶ୍ରୀ ମଲ୍ଲିକ ଲକ୍ଷାଧିକ ଭୋଟର ବିଜୟୀ ହେବେ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ମଲ୍ଲିକ ବରୀ ମାଟିର ସୁଯୋଗ୍ୟ ସନ୍ତାନ , ତାଙ୍କ ପାଇଁ ସେ ଗର୍ବିତ ବୋଲି କହିଥିଲେ । କର୍ମୀ ,ଭୋଟର ଓ ସରପଂଚ , ସମିତି ସଭ୍ୟ ଉପସ୍ଥିତ ଜନସାଧାରଣ ଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ସେ ସର୍ବଦା ବରୀ ର ଉନ୍ନତି ଚାହାନ୍ତି , ସମସ୍ତ ଙ୍କୁ ନେଇ ସେ ଆଗକୁ ବଢ଼ିବେ  ।

 ମୁଖ୍ୟମନ୍ତ୍ରୀ ,ଫାଇବ୍ ଟି  ଅଧ୍ୟକ୍ଷ , ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଆଶା , ବିଶ୍ୱାସ  ଓ ନେଇଥିବା ଗୁରୁ ଦାଇତ୍ୱ କୁ ସେ ସଠିକ୍ ଭାବେ ନିର୍ବାହ କରିବେ ଓ ଲୋକ ଙ୍କ ନିକଟତର ହେବେ ଯାହାକି ବରୀ ରେ ନିଶ୍ଚୟ ଉନ୍ନତି ହୋଇପାରିବ ।

Leave a Reply

Your email address will not be published. Required fields are marked *