କଂସାର ପଂଚାୟତରେ ଆଲୋକି କରଣ

କେନ୍ଦ୍ରାପଡ଼ା, ୦୮/୦୨/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ହଳଦିଢିଅ ଠାରୁ କାଙ୍କଦିଆ କେନାଲ ପର୍ଯ୍ୟନ୍ତ ରାସ୍ତା ପାଶ୍ୱରେ ଆଲୋକି କରଣ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି ।  ଏହି ଉପଲକ୍ଷେ କଂସାର ଗ୍ରାମମପଂଚାୟତର ସରପଂଚ ସରୋଜିନୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ ଅତିଥର ଭାବରେ ଯୋଗଦେଇ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୮ନମ୍ବର ଜୋନ୍ ଜିଲାପରିଷଦ ସଭ୍ୟ ରଶ୍ମିରଂଜନ ରାଉତ, ସମିତି ସଭ୍ୟ ସରୋଜ ରଂଜନ ଜେନା, ୱାର୍ଡ ସଭ୍ୟ ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ପଦନ ବେହେରା, ମନୋଜ ନାୟକ, ପରମାନନ୍ଦ ରାଉତ, ପ୍ରଦିପ ପରିଡା, ଗଣେଷ ନାୟକ, ପଂଚାୟତ ନିର୍ବାହୀ ଅଧିକାରୀ ମହେଶ୍ୱର ପ୍ରଧାନ, ଚିନ୍ମୟୀ ସାହୁ, ଅମ୍ବିକା ପ୍ରସାଦ ପରିଡା, ରବୀନ୍ଦ୍ରନାଥ ପଣ୍ଡା, ସୁମନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *