୬ଦିନିଆ ଲିଙ୍ଗରାଜ ମହୋତ୍ସବ ଉଦଯାପିତ 

ଭୁବନେଶ୍ୱର,୩୧/୦୩/୨୦୨୬(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଲିଙ୍ଗରାଜ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଶ୍ରୀଲିଙ୍ଗରାଜଙ୍କ ରଥ ମହାଖଳାରେ ଲାଗିବା ପରେ ମହାପ୍ରଭୁଙ୍କ ସମ୍ମୁଖରେ କଳାକାରମାନେ ପଦର୍ଶନ କରିଥିଲେ ନୃତ୍ୟ ନୈବେଦ୍ୟ । ପ୍ରଥମେ ଗୁରୁ ପ୍ରତିଭା ପଣ୍ଡାଙ୍କ ନିର୍ଦେଶନାରେ ଓଡିଶୀ ନୃତ୍ୟ ମଙ୍ଗଳା ଚରଣ ଓ ଦୟଣା ଚୋରୀ ନାଟିକା ପରିବେଷଣ କରିଥିଲେ। ପରେ କୋଲକାତାରୁ ଆସିଥିବା ଅଞ୍ଚଳ ପାଣ୍ଡେଙ୍କ ଦ୍ୱାରା କ୍ରି୍ଏଟିଭ ନୃତ୍ୟ, ଶିଳ୍ପୀକାର ସମ୍ବଲପୁରୀ ନୃତ୍ୟ, ଜଳେଶ୍ୱର ଫ୍ୟୁଜନ ଡ୍ୟାନ୍ସ ଓ ଶେଷରେ କୋଣାର୍କ ଜାଟଧାରୀ ବେହେରା ଓ ଦଳ ଦ୍ୱାରା ଘୋଡାନାଚ ପରିବେଷଣ ହୋଇଥିଲା।

 ଶିବ ଇଜେଡ଼୍ସିସି ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ଉଦଘାଟକ ଭାବେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଅତିଥି ଭାବେ ବିଏମସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଁଅର, କର୍ପୋରେଟର ବିରଞ୍ଚି ନାରାୟଣ ମହାଶୂପକାର, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, କମେଡିଆନ ପ୍ରଜ୍ଞା ଖଟୁଆ, ଉପଦେଷ୍ଟା ଶିବାନନ୍ଦ ରାୟ, ରଶ୍ମୀ ମହାପାତ୍ର,ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ପ୍ରମୁଖ ଯୋଗ ଦେଇଥିଲେ ।

ମୁଖପାତ୍ର ଡ଼ ଲିଙ୍ଗରାଜ ସାହୁ ଦେଇଥିବା ବେଳେ କାର୍ଯ୍ୟକ୍ରମର ମଂଚ ପରିଚାଳଣା କରିଥିଲେ ବାସୁଦେବ ନାଥ। ଏହି ଅବସରରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣଚନ୍ଦ୍ର ପ୍ରଧାନ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ, କ୍ଷେତ୍ରବାସୀ ନିଯୋଗ, ସମର୍ଥା ନିଯୋଗ, ରଥ କଲେଶୀ, ମହାରଣା ସେବାୟତ ଗୋଷ୍ଠି, ଦର୍ଜୀ ସେବାୟତ, କରଡ଼ା ସେବାୟତ, ଅପାଟିଆ ସେବାୟତ ଗୋଷ୍ଠି ପ୍ରତିନିଧିଙ୍କୁ ସମ୍ମାନୀତ କରାଯାଇଥିଲା ।

 ଏହାକୁ କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଗୁରୁ ଡ଼ ଗଜେନ୍ଦ୍ର ପଣ୍ଡା, ପ୍ରତିଭା ପଣ୍ଡା,ନାରାୟଣ ମହାପାତ୍ର, ବାବନ ଚନ୍ଦ୍ର ପଢିହାରୀ, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ହିମାଦ୍ରୀ ମହାପାତ୍ର, ସରୋଜ ମିଶ୍ର, ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *