ଗାନ୍ଧିବାଦୀ ନେତା ସରୋଜବନ୍ଧୁଙ୍କ ୯୪ ତମ ଜନ୍ମ ଜୟନ୍ତୀ

ସାଲେପୁର,୦୯/୧୨/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )-ବିଶିଷ୍ଟ ଗାନ୍ଧିବାଦୀ ନେତା, ସମାଜବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ, ପ୍ରାକ୍ତନ ମାହାଙ୍ଗା ପଞ୍ଚାୟତ ସମିତି ଚେୟାରମ୍ୟାନ ସରୋଜବନ୍ଧୁ ଦାଶଙ୍କ ୯୪ ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ରାଜନୀତି ଓ ସମାଜସେବାରେ ମୂଲ୍ୟବୋଧ ଏବଂ ନୈତିକତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେ ଆଜିର ଯୁବ ପିଢୀଙ୍କୁ ଆହ୍ୱାନ ଦେଇଥିଲେ । ସତ୍ୟ, ଅହିଂସା, ସେବା ଓ ସମର୍ପଣ ଭାବନା ନେଇ ସମାଜର ସବୁଠାରୁ ତଳ ସ୍ତରରେ ପଡିରହିଥିବା ମେହେନତି ମଣିଷ ମାନଙ୍କ ପାଇଁ ନିସ୍ଵାର୍ଥପର ଭାବେ କାର୍ଯ୍ୟ କରିବାକୁ ଆଜିର ରାଜନେତାଙ୍କ ଭିତରେ ଆତ୍ମ ବିଶ୍ୱାସର ଘୋର ଅଭାବ ଦେଖିବାକୁ ମିଳୁଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।

 କେବଳ ଜନ୍ମଦିନ ପାଳନ କରି ଶୁଭେଚ୍ଛା ବାର୍ତ୍ତା ଦେଲେ ହେବନାହିଁ, ଆମେ କିପରି ଭଲ ମଣିଷ ହୋଇପାରିବା ଏବଂ ସମାଜର ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା, ତାହାହିଁ ସବୁଠାରୁ ବଡ଼ କଥା ବୋଲି ଶ୍ରୀ ଦାଶ କହିଛନ୍ତି । ଆଇଏଏସ ଉପେନ୍ଦ୍ର ନାଥ ବେହେରା, ପ୍ରାକ୍ତନ ଆରଡ଼ିସି ଅନିଲ କୁମାର ସାମଲ,ଇଞ୍ଜିନିଅର ସହଦେଵ ଖଟୁଆ, ସମାଜସେବୀ ଶୋଭନ କର, ପ୍ରାକ୍ତନ ବାଣିଜ୍ୟକର ଅଧିକାରୀ ଜୟନ୍ତ ଦାସ,ଡକ୍ଟର ଏକାଦଶୀ ପ୍ରଧାନ, ଶିକ୍ଷାବିତ ପ୍ରଶାନ୍ତ ରାଉତ,ଇଞ୍ଜିନିଅର ଭାରତ ଭୂଷଣ ଦାସ,ସମାଜସେବୀ ଭାରତ ଭୂଷଣ ପଟ୍ଟନାୟକ,ଡକ୍ଟର ତରୁଲତା ଦେବୀ, ସାହିତ୍ୟିକ ଅଖିଳେଶ ପଦ ମହାନ୍ତି, ସାମ୍ବାଦିକ ଅଜୟ କୁମାର ମହାନ୍ତି,ସାମ୍ବାଦିକ ଧନେଶ୍ୱର ସେଠୀ, ଶିକ୍ଷାବିତ ଦେବୀ ପ୍ରସାଦ ଦାଶ, ଡକ୍ଟର ଯୁଧିଷ୍ଠିର ଖଟୁଆ, ଡକ୍ଟର ଭାବଗ୍ରାହୀ ରାଉତ,ସଂଘମିତ୍ରା କର,ସମାଜସେବୀ ରାମଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ଅଜୟ ନାୟକ,ପୂର୍ବତନ ସରପଞ୍ଚ ଅଶୋକ ବିଶ୍ୱାଳ, ସାହିତ୍ୟିକ ଦେବେନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ରମେଶ ସ୍ୱାଇଁ, ଇଞ୍ଜିନିଅର ତ୍ରିଜିବ ହୋତା ,ପ୍ରାଧ୍ୟାପକ ସୁଧାଂଶୁ ଶେଖର ଷଢଙ୍ଗୀ,ସମାଜସେବୀ ହିମାଂଶୁ ଦାଶ, ସୁଧାଂଶୁ ଦାଶ, ଅରୁଣ ଦାଶ, ଇତିଶ୍ରୀ ଦାଶ, ପାର୍ବତୀ ପଣ୍ଡା ପ୍ରମୁଖ ମାହାଙ୍ଗା ମାଟିର ଏହି ସୁଯୋଗ୍ୟ ଦାୟାଦଙ୍କ ଦୀର୍ଘାୟୁ କାମନା ସହ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି  ।

Leave a Reply

Your email address will not be published. Required fields are marked *