ଜୁନାଗଡ ହାତୀ ନଦୀ ରେ କୁମ୍ଭୀର ଆଶଙ୍କା 

ଜୁନାଗଡ଼,୩୦/୦୬/୨୦୨୬ (ଓଡ଼ିଶା ସମାଚାର)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଲାସ ସ୍ଥିତ ହାତୀନଦୀ ଘାଟରେ ଏକ କୁମ୍ଭୀର ଦେଖିଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଆଜି ସକାଳେ ଗ୍ରାମର କିଛି ଲୋକ ହାତୀନଦୀ କୁ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କ ଜାଲ ରେ କୁମ୍ଭୀର ପଡିଥିଲା । ପରେ ଜାଲ କୁ ଛିଣ୍ଡେଇ ଦେଇ କୁମ୍ଭୀର ଚାଲି ଯାଇଥିଲା । ନଦୀର ପାଣି କମି ଯିବା ହେତୁ କୁମ୍ଭୀର ଯାଇ ପାରୁନାହିଁ ।

ବର୍ତ୍ତମାନ ଲୋକ ଭୟଭୀତ ହୋଇ ଯାଇଛନ୍ତି । ଯେହେତୁ ଗ୍ରାମବାସୀ ନଦୀ ଉପରେ ଭରସା କରୁଛନ୍ତି,ତେଣୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତୁରନ୍ତ କୁମ୍ଭୀର କୁ ଉଦ୍ଧାର କରିବାକୁ ଦାବି ହୋଇଛି ।ଏ ବିଷୟରେ ସ୍ଥାନୀୟ ପଲାଶ ସରପଞ୍ଚ ପ୍ରଭାକର ସେଠି ବନ ବିଭାଗ କୁ ଖବର ଦେବାରୁ ରେଞ୍ଜର ସିମାଞ୍ଚଳ ମିଶ୍ର ସ ଦଳବଳ ପହୁଁଚି କୁମ୍ଭୀର କୁ ଖୋଜି ଠାବ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହା ଏକ ମଗର ପ୍ରଜାତିର କୁମ୍ଭୀର ହୋଇଥାଇପାରେ କିମ୍ବା ପାଣି ଗୋଧି ବୋଲି ସନ୍ଧେହ କରାଯାଉଛି । ରାତି ୭ ଟା ପର୍ଯନ୍ତ ଖୋଜା ଖୋଜି ପରେ ମଧ୍ୟ ତାର ସ୍ଥିତି ଓ ଆକାର ସମ୍ପର୍କ ରେ କୌଣସି ତଥ୍ୟ ମିଳି ନ ଥିବା ଶ୍ରୀ ମିଶ୍ର ଜଣାଇଛନ୍ତି ୭ ତେଣୁ ହାତୀ ନଦୀ କୁଳ କୁ କେହି ନ ଯିବା ପାଇଁ ଶ୍ରୀ ମିଶ୍ର ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *