କିଶନନଗର ଆଗ୍ରୋଟେକ୍ ପରିସରରେ ଜାତୀୟ ପତାକା ଉତ୍ତୋଳନ 

କଟକ ସଦର, ୨୬/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ବିଶ୍ୱାଳପଡା ଠାରେ ଥିବା ମଣ୍ଟେସୋରୀ ଆଗ୍ରୋଟେକ୍ ପରିସରରେ ଆଜି ରବିବାର ଦିନ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଆଗ୍ରୋଟେକ୍ ର ପରିଚାଳନା ନିର୍ଦ୍ଦେଶକ ତଥା କଟକ ସଦର ଵିଚାର ମଞ୍ଚ କାର୍ଯ୍ୟକାରୀ ସଭାପତି ଇଂ ମାନସ କୁମାର ଲେଙ୍କା ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମାରୋହରେ ସ୍ୱ।ମୀ ଅଭିକ୍ତାନନ୍ଦ ସରସ୍ଵତୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ର ଦିବସ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ପଣ୍ଡା, ସଂଗ୍ରାମ ସିଂହ ଙ୍କ ସମେତ ମଞ୍ଚ ଓ ଆଗ୍ରୋଟେକ୍ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *