ଯୁବ ଶିଳ୍ପପତି ଅଜିତ ବିହାରୀ ଙ୍କୁ ସମ୍ବର୍ଦ୍ଧନା

ଭୁବନ, ୦୯/୦୩/୨୦୨୫ (ଓଡ଼ିଶା ସମାଚାର)-  ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଜଣାଶୁଣା ଯୁବ ଶିଳ୍ପପତି ଭାରତ ଷ୍ଟିଲ ଇଣ୍ଡଷ୍ଟ୍ରିଜ ପାର୍ଟନର ଅଜିତ୍ କୁମାର ବିହାରୀ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମତ୍ସ୍ୟ,ପଶୁ ସମ୍ପଦ ଓ କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ।

ରବିବାର ଢେ଼ଙ୍କାନାଳ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ବିଜେପି ସଭାପତି ରାସ ବିହାରୀ ବେହେରା ଯୁବ ଶିଳ୍ପପତି ଶ୍ରୀଯୁକ୍ତ ବିହାରୀ ଙ୍କୁ ପୁଷ୍ପଗୁଛ , ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା,ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ବରିଷ୍ଠ ନେତା ପ୍ରେମାନନ୍ଦ ଜେନା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *