କେନ୍ଦ୍ରାପଡ଼ା, ୩୦/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ବାଘିଲୋ ବାବନପୁର ଗ୍ରାମର ଅଧ୍ୟାପକ ଦୀପକ କୁମାର ଓଝାଙ୍କୁ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଭକ୍ତ ଦାସିଆ ସେବା ସଂଗଠନ ପକ୍ଷରୁ ଇଛାପୁର ରଥଦାଣ୍ଡରେ ଆୟୋଜିତ ସ୍ନାନଯାତ୍ରା ମହୋତ୍ସବରେ “ତୁଳସୀ କ୍ଷେତ୍ର’ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟର ଯୋଗଦେଇ ଅଧ୍ୟାପକ ଶ୍ରୀ ଓଝାଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ତୁଳସୀ କ୍ଷେତ୍ରକୁ ନିଜର କର୍ମ ଦ୍ୱାରା ଗୌରବାନ୍ୱିତ କରିବା ପାଇଁ ତାଙ୍କ ଉଦ୍ୟମ ଜାରି ରଖିବେ ବୋଲି ଅଧ୍ୟାପକ ଶ୍ରୀ ଓଝା କହିଛନ୍ତି । ଶ୍ରୀ ଓଝା ଏକାଧାରରେ ଜଣେ ଅଧ୍ୟାପକ, କବି, ଲେଖକ ଓ ପ୍ରକୃତିପ୍ରେମି ମଣିଷ । ସମୃଦ୍ଧ ଭାରତ ନିର୍ମାଣରେ ଯୁବପିଢିଙ୍କ ଭୂମିକା, ସମସ୍ତ ଭାରତୀୟ ମାନଙ୍କ ଭୂମିକା ଓ ଦେଶପ୍ରେମ ତାଙ୍କ କବିତାକୁ ଚରିତାର୍ଥ କରିଥାଏ ।
ଅଧ୍ୟାପକ ଦୀପକ ଓଝାଙ୍କୁ “ତୁଳସୀ କ୍ଷେତ୍ର ସମ୍ମାନ’
