କଟକ ସଦର, ୧୯/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜେପି ର ବରିଷ୍ଠ ନେତା, ସାହିତ୍ୟିକ, ସ୍ତମ୍ଭକାର, ସାମ୍ବାଦିକ ତଥା କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ‘ସାଂସଦ ରତ୍ନ’ପାଇବାକୁ ୫ମ ଥର ପାଇଁ ମନୋନୀତ ସୋଇଛନ୍ତି।୨୦୨୫ ବର୍ଷ ପାଇଁ ସେ ଏହି ପୁରସ୍କାର ପାଇବେ।
ତେବେ ଏହା ପୂର୍ବରୁ ଶ୍ରୀ ମହତାବ ୪ ଥର’ସାଂସଦ ରତ୍ନ’ ପୁରସ୍କାର ପାଇସାରିଛି।୨୦୧୭,୨୦୧୮,୨୦୧୯ ଓ ୨୦୨୦ ବର୍ଷ ପାଇଁ ସେ ଲଗାତାର ଭାବେ ୪ ଥର ପାଇସାରିଛନ୍ତି।ଏବେ ପୁଣି ୪ ବର୍ଷର ବ୍ୟବଧାନ ପରେ ଭର୍ତୃହରି ଙ୍କୁ ଲୋକସଭାରେ ଉଚ୍ଚକୋଟୀର ଗଠନ ମୂଳକ ଓ ତଥ୍ୟଭିତିକ ଡିବେଟ୍ ପାଇଁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିବାକୁ ଯାଉଛନ୍ତି। ଏହା ଜଣାପଡିବା ପରେ କଟକ ସଂସଦୀୟ କ୍ଷେତ୍ର ରେ ଖୁସିର ଲହରୀ ଖେଳିଯାଇଥିଲା ବେଳେ ତାଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି।
