କିଶନନଗର ତହସିଲ କାର୍ଯ୍ୟାଳୟ ଵିଲ୍ଡିଂର ହେବ ନବକଳେବର

କଟକ ସଦର,୧୧/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ କାର୍ଯ୍ୟାଳୟ ଵିଲ୍ଡିଂର ନବକଳେବର ହେବ ବୋଲି ସରକାରୀ ବିଜ୍ଞପ୍ତି ରୁ ଜଣାପଡିଛି। ଏହି ନୂତନ ଵିଲ୍ଡିଁ ୧ କୋଟି ୮୫ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ହେଲା ପୁରୁଣା ଜରାଜୀର୍ଣ୍ଣ କୋଠାରେ ତହସିଲ କାର୍ଯ୍ୟାଳୟ ଚାଲି ଆସୁଥିବାବେଳେ ନୂତନ କୋଠାର ଆବଶ୍ୟକତା ଥିଲା। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଥିବା ଜଣାପଡିଵା ପରେ ତହସିଲ ଅଞ୍ଚଳରେ ଖୁସିର ଲହରୀ ଖେଳିଯିବା ସହିତ ବିଧାୟକଙ୍କ ନିକଟକୁ ଧନ୍ୟବାଦ ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *