ଜିଲ୍ଲାସ୍ତରୀୟ ମନ୍ଥନ ଶିବିର ।

ଯାଜପୁର, ୨୮/୧୨/୨୦୨୪ (ଓଡ଼ିଶା ସମାଚାର)-ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ସଫଳ ରୂପାୟନ ନିମନ୍ତେ ଜିଲ୍ଲାସ୍ତରୀୟ ମନ୍ଥନ ଶିବିର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଯାଜପୁରଙ୍କ ଅଧ୍ୟକ୍ଷତାରେ ତା ୨୭.୧୨.୨୦୨୪ ରିଖ ଅପରାହ୍ନ ୪.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ମନ୍ଥନ ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସୁକିନ୍ଦା, ଦାନଗଦି, କୋରେଇ, ଧର୍ମଶାଳା ଓ ବଡଚଣା ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଉପସ୍ଥିତ ଥିଲେ। ରାଜ୍ୟସ୍ତରୀୟ ପ୍ରତିନିଧି ଭାବେ ଶ୍ରୀ ବିନୟ କିଶୋର ଦାସ, ଶ୍ରୀ ରାଜୀବ କୁମାର ନାଗ ଉପସ୍ଥିତ ରହି ଉକ୍ତ ଅଭିଯାନର ଲକ୍ଷ୍ୟ ଓ ସଫଳ ରୂପାୟନ ନିମନ୍ତେ ବିସ୍ତୃତଭାବେ ଆଲୋଚନା କରିଥିଲେ। ଏହି ଅଭିଯାନରେ ଯାଜପୁର ଜିଲ୍ଲାର ୫ ଗୋଟି ବ୍ଲକ୍ ଯଥା: ସୁକିନ୍ଦା, ଦାନଗଦି, କୋରେଇ, ଧର୍ମଶାଳା, ବଡଚଣା ଅନ୍ତର୍ଗତ ୬୭ ଗୋଟି ଆଦିବାସୀ ଗ୍ରାମକୁ ଚିହ୍ନଟ କରାଯାଇଛି ଓ ଏହି ଗ୍ରାମ ମାନଙ୍କର ବସବାସ କରୁଥିବା ସମସ୍ତ ଅନୁସୂଚିତ ଜନଜାତି ଲୋକମାନଙ୍କର ବିକାଶ ନିମନ୍ତେ ୧୭ ଗୋଟି ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମହୋଦୟା ସମସ୍ତ ଅଧିକାରୀମାନଙ୍କୁ ବାର୍ଷିକ ଖସଡ଼ା ପ୍ରସ୍ତୁତ କରିବା ସହିତ ଏହି ଅଭିଯାନ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *