ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନ ୧୦/୦୮/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ବାଧୀନତା ଦିବସ ପାଳନ ପାଇଁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ପରିଷଦ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ (ମିନି ଷ୍ଟାଡିୟମ ) ଠାରେ ସକାଳ ୦୮:୩୦ ରେ ସ୍ଵାଧୀନତା ଦିବସ ପାଳନ କରାଯିବ ।

କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଭୁବନ ଏନ୍ ଏ ସି ରେ ୨୮ ଟି ସରକାରୀ , ବେସରକାରୀ ,ସ୍କୁଲ , କଲେଜ ର ବେଷ୍ଟ ଷ୍ଟୁଡେଣ୍ଟ୍ ଙ୍କୁ ସମ୍ମାନିତ କରାଯିବା ସହିତ ମାଟ୍ରିକ ଟପ୍ପର ଙ୍କ ସମ୍ବର୍ଦ୍ଧିତ କରାଯିବ । ସକାଳ ୮ ଘଟିକା ଠାରୁ ଦିବା ୧୧ ଘଟିକା ପର୍ଯ୍ୟନ୍ତ କାଳୀ ବଜାର ଠାରୁ ନୂଆ ବଜାର ( ବସ ଷ୍ଟାଣ୍ଡ) ଦେଇ ଗୋଡ଼ି ପୋଖରୀ ଛକ ମଧ୍ୟରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ନିଷ୍ପତ୍ତି ହୋଇଥିଲା ।

ଏହି ପ୍ରସ୍ତୁତି ବୈଠକରେ କାଉନସିଲର ଙ୍କ ସମେତ ,ଉପାଧ୍ୟକ୍ଷା ମାନିନୀ ସାହୁ, କାଳୀ ବଜାର ,ନୂଆ ବଜାର ,ଏନ୍ ଏ ସି କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ସେଠୀ,ଶକ୍ତି ପ୍ରସାଦ ସାହୁ, ଭୁବନ ଥାନା ଏ ଏସ ଆଇ ମାନସ ରଞ୍ଜନ ନାୟକ, ଜନସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ ,ଅଗ୍ନିଶମ ବିଭାଗ ଓ ସମସ୍ତ ବିଦ୍ୟାଳୟ,ମହାବିଦ୍ୟାଳୟ ର ଶିକ୍ଷକ /ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦତ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *