ପୂଜା ପାଇବେ ପଟିଦିଅଁ                 

ପୁରୀ,୩୦/୦୬/୨୦୨୬ (ଓଡ଼ିଶା ସମାଚାର)- ପବିତ୍ର ଦେବସ୍ନାନପୂର୍ଣ୍ଣିମାରେ  ସ୍ନାନମଣ୍ଡପରେ  ଜଳସ୍ନାନ କରିବା ପରେ ଦାରୁବିଗ୍ରହମାନେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ।ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଇବେ। ପଟିଦିଅଁଙ୍କ ସହ ଅନ୍ୟ ଠାକୁରବି ଶ୍ରୀମନ୍ଦିରକୁ ବିଜେ କରିବେ। ପଟିଦିଅଁ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ,ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରା ରୂପରେ ଭୁବନେଶ୍ୱରୀ ବିଜେ କରିବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ-କୃଷ୍ଣ ଓ ପ୍ରଭୁ ନୃସିଂହ ଭଗବାନ ବି ବିଜେ କରିବେ। ଅଣସର ଘର ତାଟି ନିକଟରେ ପଟିଦିଅଁ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ୧୫ ଦିନ ଛପନ ପଉଟି ଭୋଗ ଲାଗି ହେବ। ଏହି ସମୟରେ ଅଣସର ଘରେ ଥିବା ଶ୍ରୀଜିଉଙ୍କୁ ପଥି ଭାବେ ଫଳମୂଳ ଆଦି ଭୋଗ ଲାଗି ହେବ।

 

Leave a Reply

Your email address will not be published. Required fields are marked *