ଚାରଣଗୋଷ୍ଠୀ ସଙ୍ଗଠକ ସହଦେବ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୬/୧୦/୨୦୨୬ (ଓଡ଼ିଶା ସମାଚାର)- ଚାରଣଗୋଷ୍ଠୀ ସଙ୍ଗଠକ ସହଦେବ ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ କଟକ ଜିଲା ର ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଂଚାୟତର ବନ୍ତଳା ଗ୍ରାମସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳିସଭା ଅନୁଷ୍ଠିତ ହୋଇଯାଇଛି । ଯୁବ ସଂଗଠକ ରାଜେଶ ପଣ୍ଡାଙ୍କ ସଂଯୋଜନା ତଥା ରେଳ ବିଭାଗ ଅଧିକାରୀ ସରୋଜ ସାମଲଙ୍କ ସଂଚାଳନାରେ ଆୟୋଜିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ,  ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅବସରପ୍ରାପ୍ତ ଆୟକର କମିଶନର ଶୋଭନ କର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାମଲଙ୍କୁ ଜଣେ ଦୃଢ଼ମନା ଓ ସଫଳବ୍ୟକ୍ତି ରୂପେ ଅଭିହିତ କରିଥିଲେ ।

ଅତିଥିମାନେ ତାଙ୍କ ସଫଳତାର ଗୁଣଗାନ କରିବା ସହ ସମାଜ ପ୍ରତି ଥିବା ତାଙ୍କର ଅବଦାନ ଓ ଦିଗଦର୍ଶନକୁ ପାଥେୟ କରି ଆଗାମୀ ପିଢୀ ଅନୁପ୍ରାଣିତ ହୋଇପାରିଲେ ଏହାହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ଅତିଥିମାନେ ସ୍ୱର୍ଗତ ସାମଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିବା ସହ ତାଙ୍କର ଏକ ପ୍ରତିମୂର୍ତିକୁ ମଧ୍ୟ ଉନ୍ମୋଚିତ କରିଥିଲେ ।

ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ମାନବସମ୍ବଳ ପରିଚାଳକ ବୈଜୟନ୍ତୀ କର, ସୁରେଶ ସ୍ୱାଇଁ, ସୁଶାନ୍ତ ବିଶ୍ୱାଳ,ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ରଞ୍ଜିତ୍ ସାହୁ, ସୌଭାଗ୍ୟ ପରିଡ଼ା, ସମୀର କୁମାର ଚାନ୍ଦ, ଶରତ ବେହୁରା, ପ୍ରଦୀପ୍ତ କିଶୋର ଜେନା, ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ଓ ଡାକ୍ତର କିଶୋର ମିଶ୍ର, ବିରଂଚି ନାରାୟଣ ସାମଲ, କବି ଗୌତମ ଚରଣ ଜେନା, ସୁଶୀଲ ସାମଲ, ଅକ୍ଷୟ ତରାଇ, ଚାରଣ ଗୋଷ୍ଠୀର ହରମୋହନ ଭାଇ, ଗୋପୀ ଭାଇ, ବିବେକ ପାଣି, ସୁବାଷ ମହାନ୍ତି, ଶଶଧର ମହାନ୍ତି, ପ୍ରକାଶ ପ୍ରଧାନ, ଭାଇ ନିରଞ୍ଜନ ସାମଲ, କପିଳେନ୍ଦ୍ର ସାମଲ ଓ ପତିତପାବନ ସାମଲ, ଅବନ୍ତୀ ବେହେରା, ହିରଣ୍ୟ ପଣ୍ଡା, ଉମେଶ ନାୟକ,ପ୍ରଦୀପ୍ତ ନାୟକ,ସାମ୍ବାଦିକ ଦେବଦତ ଦାଶ, ଫଟୋଗ୍ରାଫର ପ୍ରଦୀପ ସାହୁ, ସ୍ୱର୍ଗତ ସାମଲଙ୍କ ଦୁଇ ସୁପୁତ୍ର ପବିତ୍ର ସାମଲ ଓ ସୁବ୍ରତ ସାମଲଙ୍କ ସମେତ ଅନ୍ୟମାନେ ସ୍ୱର୍ଗତ ସାମଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *