ଶ୍ରୀଗୁଣ୍ଡିଚା ମହୋତ୍ସବର ସପ୍ତମ ସନ୍ଧ୍ୟା

ଜଗନ୍ନାଥ କଥା ଅମୃତ: କଥାବାଚକ ମାନସ ରଞ୍ଜନ ମହାରାଜ

କଟକ, ୦୪/୦୭/୨୦୨୫(ଓଡ଼ିଶା ସମାଚାର/ଦେବାଶିଷ ରଥ)- ସେ ତ ଭକତ ଭାବରେ ବନ୍ଧା । ତାଙ୍କରି ଭାବକୁ ନେଇ ମହାନଦୀବିହାରସ୍ଥିତ ମଙ୍ଗଳାମନ୍ଦିର ଛକରେ ଆୟୋଜିତ ହୋଇଛି ଶ୍ରୀଗୁଣ୍ଡିଚା ମହୋତ୍ସବ ର ସପ୍ତମ ସନ୍ଧ୍ୟା ।

ମହୋତ୍ସବ କମିଟିର ଆବାହକ ସଞ୍ଜୟ ଜେନା ଓ ହିମାଂଶୁ ଷଡ଼ଙ୍ଗୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ସପ୍ତମ ସନ୍ଧ୍ୟାରେ ଉଦଘାଟକ ଭାବେ ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବରେ କଟକ ମହାନଗର ନିଗମର ଡେପୁଟି କମିଶନର ଅଶୋକ କୁମାର ଲେଙ୍କା,ବିଶିଷ୍ଟ ଅତିଥି କର୍ପୋରେଟର ପ୍ରଳୟା ବେଉରା,ଇଞ୍ଜିନିୟର ସୁବ୍ରତ ଘଡାଇ ,ନଳିନୀ ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ଵ ଯଥାକ୍ରମେ ନିଶିକାନ୍ତ ମିଶ୍ର, ଅଶୋକ ବେହେରା, ବିମଳ ପାତ୍ର,ସୁଶ୍ରୀ ଇନ୍ଦୁ ଦାସ,ଶ୍ରୀମତୀ ବୀଣାପାଣି ସିଂ,ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ସାମନ୍ତ,କୃଷ୍ଣପ୍ରୀୟା ତ୍ରିପାଠୀ,ଗାୟତ୍ରୀ ଦାସ,ସଂଘମିତ୍ରା ସାମଲ,ଗୀତାଞ୍ଜଳି ଶତପଥୀ, ନୃତ୍ୟ ଗୁରୁ ପୁସ୍ପିତା ମହାପାତ୍ର, ନିହାର ରଞ୍ଜନ ଦାସ,ବିଦ୍ୟା ବିଶ୍ୱଜିତା, ଐଶ୍ୱର୍ଯ୍ୟା ଦଳେଇ, ମଧୁସ୍ମିତା ଷଡ଼ଙ୍ଗୀ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା ।

ପରେ ପରେ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଜଗନ୍ନାଥଙ୍କ ଫଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସପ୍ତମ ସନ୍ଧ୍ୟାରେ କଥାବାଚକ ମାନସ ରଞ୍ଜନ ମହାରାଜ ଉପସ୍ଥିତ ଭକ୍ତମଣ୍ଡଳୀଙ୍କୁ ଜଗନ୍ନାଥ କଥାମୃତ ପାନ କରାଇଥିଲେ ।

ଶ୍ରୀ ଗୁଣ୍ଡିଚା ମହୋତ୍ସବ କମିଟି ର ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ବିଶ୍ୱାଳ ଙ୍କ ନେତୃତ୍ୱ ରେ କାର୍ୟ୍ୟକ୍ରମ ପରିଚାଳନା ହୋଇଥିଲା ଏହି ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ଭଗବାନ୍ ବିଶ୍ବାଳ,ବରଦା ପ୍ରସାଦ ନାୟକ, ଧନଞ୍ଜୟ ସାବତ,ଅଚ୍ୟୁତ ରାଉତରାୟ, ଦେବାଶିଷ ରଥ,ସରୋଜ ପ୍ରସାଦ ସ୍ବାଇଁ, ଡକ୍ଟର କମଳ ପ୍ରସାଦ ମହାନ୍ତି, ଚତୃଭୁଜ ମହାପାତ୍ର, ପ୍ରହ୍ଲାଦ ଚନ୍ଦ୍ର ମହାନ୍ତି, ଜ୍ଞାନରଞ୍ଜନ ଦାସ,ଦେବଦତ୍ତ ଆଚାର୍ୟ୍ୟ,ପ୍ରଭୁଦତ୍ତ ଆଚାର୍ୟ୍ୟ, ରାଧାକାନ୍ତ ଶତପଥୀ,ଗୋଲେଖ ଚନ୍ଦ୍ର କାନୁନଗୋ, ଶରତ ଚନ୍ଦ୍ର କୁଣ୍ଡୁ, ପ୍ରଦୀପ୍ତ ମହାନ୍ତି,ପ୍ରମୋଦ ଦାସ, ସୁଶାନ୍ତ ଘୋଷ, ବିଚିତ୍ରା ନନ୍ଦ ପଣ୍ଡା, ମନୋଜ ଦାସ,ଲେନିନପ୍ରଭା, ଦୁର୍ଗା ବେହେରା,ପ୍ରଭାତ ସାହାଣୀ ଙ୍କ ସମେତ ବହୁ ସଂଖ୍ୟାରେ ଭକ୍ତ ବୃନ୍ଦ ଉପସ୍ଥିତ ରହି ଭକ୍ତି ରସାମୃତ ପାନ କରିଥିଲେ ।

Leave a Reply

Your email address will not be published. Required fields are marked *